ମିଜୋରାମରେ ବାଇକକୁ ୩, କାରକୁ ୧୦ ଓ ଟ୍ରକକୁ ସର୍ବାଧିକ ୫୦ଲିଟର ମିଳିବ ପେଟ୍ରୋଲ
- ସୀମା ବିବାଦ ପାଇଁ ମିଜୋରାମରେ ପେଟ୍ରୋଲ ସଙ୍କଟ
ନୂଆଦିଲ୍ଲୀ : ଆସାମ ଓ ମିଜୋରାମରେ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଶାନ୍ତ ପଡିଛି । ମାତ୍ର ସାଧାରଣ ଜନତାଙ୍କ ସମସ୍ୟା କହିଲେ ନସରେ । ସୀମା ବିବାଦକୁ ନେଇ ୩୦୬ ନମ୍ବର ଜାତୀୟ ରାଜପଥ ବନ୍ଦ ଥିବାରୁ ମିଜୋରାମରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ବିତରଣ ଉପରେ କଟକଣା ଲଗାଇଛନ୍ତି ।
ନିଷ୍ପତ୍ତି ମୁତାବକ, ଦୈନିକ ୧୨, ୮ ଓ ୬ ଚକିଆ ବାହାନଗୁଡିକୁ ସର୍ବାଧିକ ୫୦ ଲିଟର, ମଧ୍ୟମ ବର୍ଗ ଯାନଗୁଡିକୁ ୨୦ ଲିଟର , କାରଗୁଡିକୁ ୧୦ ଲିଟର ଓ ବାଇ, ସ୍କୁଟର ଗୁଡିକୁ ଦୈନିକ ୩ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯିବ । ରନ୍ଧନ ଗ୍ୟାସ୍, କିମ୍ବା ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଉପରେ ନିୟମ କୋହଳ କରାଯାଇଛି । ସରକାର ଏହି ସୂଚନା ରାଜ୍ୟର ପ୍ରତି ଫିଲିଙ୍ଗ ଷ୍ଟେସନକୁ ପଠାଇଛନ୍ତି । ସୀମା ବିବାଦ ସମୟରୁ ଜାତୀୟ ରାଜପଥ ଉପରେ କଟକଣା ଲଗାଯାଇଥିବାରୁ ରାଜ୍ୟକୁ ଇନ୍ଧନ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି ଫଳରେ ସାଧାରଣ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।