ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲେ ନାବାଳିକା, ମୃତଦେହ ଉଦ୍ଧାର
ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ବାଲିମେଳା ଜଳ ଭଣ୍ଡାରରେରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ବୁଡ଼ିଯାଇ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ଅପରେଟର କଲୋନୀର ପଦ୍ମିନୀ ।
ସୂଚନା ଯେ, ଚିତ୍ରକୋଣ୍ଡା ଅପରେଟର କଲୋନୀର ୧୫ ବର୍ଷ ବୟସ୍କ ପଦ୍ମିନୀ କାନ୍ଦୁଲିଆ ନିଜ ଆଇ ଘର ଦୋରାଘାଟକୁ ବୁଲିବାକୁ ସପରିବାର ସହ ଆସିଥିଲେ । ସେଠାରେ ପଦ୍ମିନୀ ଦୋରାଘାଟ ସ୍ଥିତ ଦୁଇ ସାଙ୍ଗଙ୍କ ସହ ମିଶି ନିଜ ଆଇଙ୍କ ସହ ଛେଳି ଚରେଇବାକୁ ବାହାରି ପଡିଥିଲେ ନିକଟସ୍ଥ ନଦୀ ନିକଟକୁ । ସେଠାରେ ପଦ୍ମିନୀ ଓ ଦୁଇ ସାଙ୍ଗ ନଦୀରେ ବୁଡି ଗାଧାଉଥିବା ବେଳେ ହଠାତ୍ ପଦ୍ମିନୀ ନଦୀରେ ନିଖୋଜ ହୋଇଯାଇଥିଲା । ତୁରନ୍ତ ପଦ୍ମିନୀଙ୍କ ସହ ଯାଇଥିବା ଦୁଇ ସାଙ୍ଗ ପଦ୍ମିନୀଙ୍କ ଆଇଙ୍କୁ ଏହି ଦୁର୍ଘଟଣା ବିଷୟରେ କହିବାରୁ ସଙ୍ଗେ ସଙ୍ଗେ ପଦ୍ମିନୀଙ୍କ ବାପାଙ୍କୁ କହିଥିଲେ । ଘଟଣାସ୍ଥଳରେ ପଦ୍ମିନୀଙ୍କ ବାପା ପହଞ୍ଚି ବହୁତ ଖୋଜାଖୋଜି ପରେ ୧ ଘଣ୍ଟା ବିଳମ୍ବରେ ମୃତ ଅବସ୍ଥାରେ ପଦ୍ମିନୀଙ୍କୁ ନଦୀ ଗର୍ଭରୁ ବାହାରକୁ ବାହାର କରିଥିଲେ ପଦ୍ମିନୀଙ୍କ ବାପା । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ ।