ମହତୀପୁର ପଞ୍ଚାୟତରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରଚାର; ଦଳୀୟ ତଥା ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ
ଖଇରା : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାଇକେଲରେ ଗାଁ ଗାଁ ବୁଲି ନବୀନଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇ ପ୍ରାର୍ଥୀ ମାନଙ୍କ ସପକ୍ଷରେ ଭୋଟ ନିବେଦନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୁର୍ବାହ୍ନରେ ବିଜେଡି କର୍ମୀଙ୍କ ଗହଣରେ ଜିଲା ପରିଷଦ ପ୍ରାର୍ଥନୀ ରଶ୍ମିତା ମହାପାତ୍ରଙ୍କ ସହ ସାଇକେଲରେ ତେଲଦିଆ, ବଟେଶ୍ୱର, ନାହୁଲ, ମହତୀପୁର, ଚକ ମହାସମପୁର ଗସ୍ତ କରି ବିକାଶ ର ବାର୍ତ୍ତା ବଣ୍ଟନ କରିଥିଲେ ।
ଚକ ମହାସମପୁର ଠାରେ ବିଜେଡି ପଞ୍ଚାୟତ ସଭାପତି ଶୁକଦେବଙ୍କ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଥପ୍ରାନ୍ତ ସଭାରେ ମନ୍ତ୍ରୀ ପାଣିଗ୍ରାହୀ ଯୋଗଦେଇ ପୂର୍ବସରକାର ଓ ୨୦୦୦ ମସିହା ପାଖରୁ ରହି ଆସିଥିବା ନବୀନ ସରକାଙ୍କ ତୁଳନାତ୍ନକ ଚିତ୍ର ପ୍ରଦାନ କରିଥିଲେ । ଦିନେ ଓଭରଡ୍ରାଫ୍ଟରେ ଚାଲୁଥିବା ରାଜ୍ୟ ଏବେ ବଳକା ରାଜ୍ୟରେ ପରିଣତ ହେବା, ଫାଇଲିନ, ତିତିଲି, ଫନି, ୟାସ ଭଳି ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଖୋଦ କେନ୍ଦ୍ର ସରକାର ତାଙ୍କୁ ପ୍ରଶଂସାରେ ପୋତି ପକାଇବା ଯୋଗୁଁ ସେ ବିଶ୍ୱସ୍ତରିୟ ନେତା ଓ ମହାନାୟକ ମହୋଇ ପାରିଛନ୍ତି ବୋଲି କହିଥିଲେ । ଶେଷରେ ମହତୀପୁର ପଞ୍ଚାୟତରେ ବିକାଶରଧାରାକୁ ଜାରି ରଖିବାକୁ ଜିଲା ପରିଷଦ ପ୍ରାର୍ଥନୀ ରଶ୍ମିତା ମହାପାତ୍ର, ସରପଞ୍ଚ ପ୍ରାର୍ଥୀନୀ ଆରତି ମହାନ୍ତି ଓ ସମିତିସଭ୍ୟା ପ୍ରାର୍ଥିନୀ ଭାନୁପ୍ରିୟା ସାହୁଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ବିଜେଡି ନେତା ରାମଚନ୍ଦ୍ର ବିଶ୍ୱାଳ,ରମାକାନ୍ତ ମହାରଣା, ମହେନ୍ଦ୍ର ମହଲା, ଗୋବିନ୍ଦ ସେନାପତି, ସଞ୍ଜୟ ବେହେରା, ଗୋକୁଳ ଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ରଥ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଦିବାକର ନାୟକ, ଓମପ୍ରକାଶ ମହାପାତ୍ର,ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।