ଲକ୍ଷାଧିକ ଟଙ୍କାର ଅଫିମ ଓ ମଞ୍ଜି ଜବତ, ଜଣେ ଗିରଫ
ଦେବଗଡ଼ : ଦେବଗଡ଼ ଜିଲ୍ଲା ପୁଲିସ ପ୍ରଥମଥର ପାଇଁ ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରୁ ବେଆଇନ ଅଫିମ ଚାଷ ବଗିଚା ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ଅଫିମ ଓ ମଞ୍ଜି ଜବତ କରିଛି । ଏଥିସହିତ ଏହି ବେଆଇନ ବେପାରରେ ସମ୍ପୃକ୍ତ ଉକ୍ତ ଗ୍ରାମର ବୁଧୁ ଲୁହାରଙ୍କ ପୁଅ ଦୁର୍ଗା ଲୁହାରକୁ ଗିରଫ କରିଛି ।
ଦୁର୍ଗା ଝାଡ଼ଖଣ୍ଡ ବରିଆତୁ ଅଞ୍ଚଳର ସୁଖରାମ ମୁଣ୍ଡାଙ୍କ ସହାୟତାରେ ଉଟୁଣିଆମୁଣ୍ଡା ଗ୍ରାମ ନିକଟରେ ଥିବା ପଙ୍କଦର୍ହ ନାଳ କଡ଼ ସରକାରୀ ଜମିରେ ଅଫିମ ଚାଷ କରିଥିବା ଜଣାପଡ଼ିଛ । ପୋଲିସ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଦୁର୍ଗା ଓ ସହଯୋଗୀ ସୁଖରାମକୁ ଗିରଫ କରିଛି । ଏହି ଚଢ଼ଉରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ, ଏସଆଇ ରୁଦ୍ର ପ୍ରଧାନ ଓ ଦିବ୍ୟ ଓରାମଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ବାରକୋଟ ଅତିରିକ୍ତ ତହସିଲଦାର ବବ୍ରୁ ବାହାନ ଦତ୍ତ ଓ କଣ୍ଟାପାଲି ରାଜସ୍ୱ ନିରୀକ୍ଷକ ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।