ଗଙ୍ଗାସାଗରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଲଗାଇଲେ ଆସ୍ଥାର ବୁଡ
କୋଲକାତା : ତ୍ରେତା ଯୁଗରେ ଯେଉଁ ସାଗର କୂଳରେ ସ୍ୱର୍ଗରୁ ବାହାରିଥିବା ଗଙ୍ଗା ରାଜା ସଗରର ସାତ ହଜାର ପୁତ୍ରଙ୍କୁ ମକର ସଂକ୍ରାନ୍ତି ଦିନ ସ୍ପର୍ଶ କରି ମୋକ୍ଷ ଦେଇଥିଲା । ସେହି ସାଗର କୂଳର ମକର ସଂକ୍ରାନ୍ତିର ସେହି ଶୁଭ ମୁହୂର୍ତରେ ଶନିବାର ଦିନ ୩୧ ଲକ୍ଷ ଶ୍ରଦ୍ଧାଳୁ ଆସ୍ଥାର ଡୁବୁକି ଲଗାଇଥିଲେ । ତେବେ ଶନିବାର ସକାଳେ ୬.୫୩ ଠାରୁ ପୁଣ୍ୟ ସ୍ନାନର ଶୁଭ ମୁହୂର୍ତ ଆରମ୍ଭ ହୋଇଛି ଯାହା ରବିବାର ସନ୍ଧ୍ୟା ୬.୫୩ ପର୍ଯ୍ୟନ୍ତ ଜାରି ରହିବ । ଏଠାରେ ଶନିବାର ସକାଳେ ୬.୦୦ ଠାରୁ ଶ୍ରଦ୍ଧାଳୁମାନେ ଡୁବୁକି ଲଗାଇବା ଆରମ୍ଭ କରିଦେଇଥିଲେ ।