ଜୁନିଅର ହକି ବିଶ୍ୱକପ : ୟୁଏସଏକୁ ୧୭-୦ରେ ହରାଇଲା ସ୍ପେନ୍
ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ କଲା ସ୍ପେନ୍
ଭୁବନେଶ୍ୱର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଜମୁଛି ପୁରୁଷ ଜୁନିଅର ହକି ବିଶ୍ବକପ । ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ଗୋଲ୍ ବର୍ଷା ସହ ନୂଆ ବିରଳ ରେକର୍ଡ ହୋଇଛି । ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ ସ୍ପେନ୍ ନିଜ ନାମରେ କରିଛି ।
ଗୁରୁବାର ଖେଳାଯାଇଥିବା ଜୁନିଅର୍ ହକି ବିଶ୍ଵକପ ମ୍ୟାଚ୍ରେ ସଂଯୁକ୍ତ ରାଷ୍ଟ୍ର ଆମେରିକା (ୟୁଏସଏ) କୁ ୧୭-୦ ଗୋଲ୍ରେ ପରାସ୍ତ କରିଛି ସ୍ପେନ। ସ୍ପେନ ତରଫରୁ ଗିଅର୍ଡ କ୍ଲେପଶ୍ ସର୍ବାଧିକ ୪ ଟି ଗୋଲ୍ କରିଥିବାବେଳେ ପେପେ କନିଲ, ରାଫେଲ ଭିଳାଲୋଙ୍ଗା ଏବଂ ମନୁଏଲ୍ ରୋଦ୍ରିଗଜ୍ ୨ ଟି ଲେଖାଏଁ ସ୍କୋର କରିଥିଲେ। ଅନ୍ୟପଟେ ୟୁଏସଏ ଏହି ମ୍ୟାଚରେ ଗୋଟିଏ ବି ଗୋଲ୍ କରି ପାରିନଥିଲା। ଏଥିସହିତ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ ସ୍ପେନ ନିଜ ନାଁରେ ହିଁ କରିଛି । ଯାହାକି ପୂର୍ବରୁ ଆର୍ଜେଣ୍ଟିନା ନାମରେ ଥିଲା । ଯାହା ଗୁରୁବାର ସକାଳେ କୋରିଆ ବିପକ୍ଷରେ ୧୪ଟି ଗୋଲ୍ ସ୍କୋର କରିଥିଲା ।