ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା ! ତା’ପରେ ଦେଖନ୍ତୁ ଚମତ୍କାର
ଯଦି ଆପଣ ଶାରୀରିକ ଦୁର୍ବଳତାର ଶିକାର ତେବେ ଏହି ଖବର ଆପଣଙ୍କ ପାଇଁ କାମ ଆସିପାରେ । ରସୁଣ (Garlic) ଏପରି ଏକ ଜିନିଷ ଯାହା କେବଳ ଖାଦ୍ୟର ସ୍ୱାଦକୁ ବଢାଇବ ନାହିଁ, ବରଂ ଆମକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ । ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଯେଉଁମାନେ ଶାରୀରିକ ଦୁର୍ବଳତାର ଶିକାର ହେଉଛନ୍ତି, ସେମାନଙ୍କ ଖାଦ୍ୟରେ ରସୁଣ ସାମିଲ କରିବା ଉଚିତ୍ ।
ଯଦି ଆପଣ ରସୁଣରେ ମିଳୁଥିବା ଉପାଦାନଗୁଡ଼ିକୁ ଦେଖନ୍ତି, ତେବେ ଏଥିରେ ମୁଖ୍ୟତଃ ମିଳୁଥିବା ମିନେରାଲ୍ସ ଭିଟାମିନ୍-ସି, ଭିଟାମିନ୍-ବି ୬, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ, କ୍ୟାଲସିୟମ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରସୁଣରେ ଅଳ୍ପ ପରିମାଣର ପ୍ରୋଟିନ୍ ଓ ଥିଏମାଇନ୍ ଏବଂ ପ୍ୟାଣ୍ଟୋଥେନିକ୍ ଏସିଡ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ଖାଲି ପେଟରେ ଖାଆନ୍ତୁ ରସୁଣ :
ସକାଳେ ଖାଲି ପେଟରେ ପାଣି ସହିତ କଞ୍ଚା ରସୁଣ ଖାଇବା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ, ଯାହା ରକ୍ତଚାପର ସମସ୍ୟାକୁ ରୋକିପାରେ । ଏହା ପ୍ରାକୃତିକ ଭାବରେ ରକ୍ତକୁ ପତଳା କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ, ଯାହାଫଳରେ ଶରୀରରେ ରକ୍ତ ସଠିକ୍ ଭାବରେ ପ୍ରବାହିତ ହୁଏ । ପ୍ରତିଦିନ ଏକ କିମ୍ବା ଦୁଇ କୋଲା କଞ୍ଚା ରସୁଣକୁ ପାଣି ସହ ଖାଆନ୍ତୁ ।
ଆୟୁର୍ବେଦିକ ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଓ ସେଲେନିୟମ୍ ମଧ୍ୟ ମିଳିଥାଏ, ଯାହା ଶୁକ୍ରାଣୁର ଗୁଣ ବଢାଇଥାଏ । ଯଦି ପୁରୁଷମାନେ ରାତିରେ କିମ୍ବା ସକାଳେ ଶୋଇବା ପୂର୍ବରୁ ଖାଲି ପେଟରେ ୧ କୋଲା ରସୁଣ ଖାଆନ୍ତି, ତେବେ ଧୀରେ ଧୀରେ ଯୌନ ସ୍ୱାସ୍ଥ୍ୟ ସୁସ୍ଥ ହେବାକୁ ଲାଗେ । ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ଥାଏ, ଯାହା ପୁରୁଷଙ୍କ ମେଲ୍ ହରମୋନକୁ ଠିକ୍ ରଖେ । ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ ।
ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ ସ୍ତର କମିଯାଏ, ଏହା ଦ୍ୱାରା ସୁଗାର ଲେଭଲ ନିୟନ୍ତ୍ରଣ ହୋଇଥାଏ ଏବଂ ଏହିପରି ମଧୁମେହ ହେବାର ଆଶଙ୍କା କମିଯାଏ ।
ରସୁଣ ସହିତ ପାଣି ପିଇବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଯଥା ଥଣ୍ଡା ଓ ଶ୍ୱାସରୋଗକୁ ରୋକିଥାଏ । ଏହି ସମସ୍ୟାର ଚିକିତ୍ସା ପାଇଁ ରସୁଣ ଏକ ସାଧାରଣ ପ୍ରତିକାର ହୋଇଥାଏ ।
ରସୁଣ ଖାଇବା ଦ୍ୱାରା ବେଡ୍ କୋଲେଷ୍ଟ୍ରଲ କମିଯାଏ ଓ ହୃଦୟକୁ ହୃଦ୍ ରୋଗରୁ ରକ୍ଷା କରିଥାଏ ।
ରସୁଣ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକର କାର୍ଯ୍ୟରେ ମଧ୍ୟ ସୁଧାର ଆଣିଥାଏ ଓ ଏହିପରି ବ୍ୟକ୍ତିର ଆୟୁ ବଢାଇଥାଏ ।
ରସୁଣ ନିୟମିତ ଖାଇବା ଦ୍ୱାରା ହଜମ ସମସ୍ୟା ପ୍ରକ୍ରିୟା ମଧ୍ୟ ଦୂରେଇ ରହିଥାଏ । ଆହୁରି ମଧ୍ୟ ଏହି ପଦ୍ଧତି ଓଜନ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ।