ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ସଂଘର ସ୍ମାରକପତ୍ର
ବାଲେଶ୍ୱର : ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ସଂଘ, ବାଲେଶ୍ୱର ଶାଖା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ଡ୍ରାଇଭରଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୫ବର୍ଷ ପରେ ମାସିକ ଅତିକମରେ ୫ହଜାର ଟଙ୍କାର ଭତ୍ତା ପ୍ରଦାନ, ଗାଡ଼ି ପାର୍କିଂ ଓ ବିଶ୍ରାମ ନେବା ପାଇଁ ରାଜପଥରେ ପ୍ରତି ଶହେ କିମି ବ୍ୟବଧାନରେ ପାର୍କିଂ ସ୍ଥାନ, ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ବୀମାରାଶି ଓ ଅକର୍ମଣ୍ୟ ଡ୍ରାଇଭରଙ୍କୁ ୧୦ ଲକ୍ଷର ବୀମା ରାଶି ସହିତ ୫ଲକ୍ଷ ଟଙ୍କାର ଚିକିତ୍ସା ସହାୟତା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ଓ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ, ଡ୍ରାଇଭରଙ୍କ ସନ୍ତାନ ସନ୍ତତିଙ୍କ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା କରିବା, ଗାଡ଼ି ଯାଞ୍ଚ ଆଳରେ ପ୍ରଶାସନ ପକ୍ଷରୁ ଦୀର୍ଘସମୟ ଗାଡ଼ି ଅଟକାଇ ଅଯଥାରେ ଡ୍ରାଇଭରଙ୍କୁ କରାଯାଉଥିବା ହଇରାଣ ହରକତ ବନ୍ଦ କରିବା, ଲାଇସେନ୍ସ ପାଇଁ ୧୫ ହଜାର ପରିବର୍ତ୍ତେ କମ ଅର୍ଥ ଜମା ନେବା ଆଦି ୧୦ଦଫା ଦାବି ଉଠାଇଛି ଓଡ଼ିଶା ଡ୍ରାଇଭର ସଂଘ । ଜିଲା ପ୍ରଶାସନ ଓ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଗଠନ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।