ବାଲେଶ୍ୱର : ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର
ନୀଳଗିରି : ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ୟୁଥ ରେଡ଼କ୍ରସ ୟୁନିଟ୍, ବଣ ଧୂଳିର ଫୁଲ ଓ ନୀଳଗିରି ପିପୁଲସ ଏକ୍ସନ ଗ୍ରୁପର ମିଳିତ ସହଯୋଗରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ମୟୁରଭଞ୍ଜ ଜିଲା ୟୁଥ ରେଡକ୍ରସର ଜିଲା ସଂଯୋଜକ ଡ. ଦିଲ୍ଲୀପ କୁମାର ଭୋଇ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟ ସନ୍ତରାଗଡ଼ିଆର ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ. ଅକ୍ଷୟ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଭିନ୍ନକ୍ଷମ ସମାଜସେବୀ ରାଜେନ୍ଦ୍ର ଜେନା ଓ ବଣ ଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଯୋଗ ଦେଇ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ଆଣ୍ଠୁଗଣ୍ଠି ବାତ ବିଶେଷଜ୍ଞ ତଥା ସୁଦୂର ସ୍ୱିଡେନର ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡା. ରବିନାରାୟଣ ଦାଶ, ଫିଜିଓଥେରାପି (ଭୌତିକ ଚିକିତ୍ସା) ର ବିଶେଷଜ୍ଞ ଡା. ହିତାର୍ଥ ପଟ୍ଟନାୟକ ଯୋଗଦେଇ ଅନ୍ୟୁନ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିବାରେ ସହାୟକ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ୟୁଥ୍ ରେଡ଼କ୍ରସର କାଉନସେଲର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ପରିଚାଳନା କରିଥିବାବେଳେ ୟୁଥ ରେଡ଼କ୍ରସର ଭଲେଣ୍ଟିଅର ବର୍ଷା ପ୍ରିୟଦର୍ଶିନୀ ସ, ହାସ୍ୟାସ୍ମିତା ମିଶ୍ର, ତନୁଶ୍ରୀ ମଲ୍ଲିକ, ଜୟଶ୍ରୀ ବିଶ୍ୱାଳ, ମନୀଷା ମୁଖୀ, ଅଙ୍କିତା ଦାସ, ହେମଲତା ବେହେରା, ସାଇପ୍ରଭା ସ, ଦୀପାଞ୍ଜଳି ବାରିକ, ଜୟଶ୍ରୀ ପଣ୍ଡା, ଲକ୍ଷ୍ମୀପ୍ରିୟା ବେହେରା, ଅର୍ଚ୍ଚିତା ପ୍ରଧାନ, ସ୍ୱାଗତିକା ସ, ପ୍ରିତୀମୟୀ ସ୍ୱାଇଁ, ତନୁଶ୍ରୀ ସ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ସହାୟତା କରିଥିଲେ । ନୀଳଗିରି ଏକ୍ସନ ଗ୍ରୁପର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହିଭଳି ଜନହିତକର କାର୍ଯ୍ୟକ୍ରମକୁ ନୀଳଗିରି ଅଞ୍ଚଳର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ ।