ଚିଟ୍ଫଣ୍ଡ ମାମଲାରେ ଏମସ୍ ମାର୍କେଟିଂର ଏମଡ଼ିଙ୍କୁ ୫ ବର୍ଷ ଜେଲ୍ ଓ ୧ଲକ୍ଷ ୩୦ହଜାର ଟଙ୍କା ଜରିମାନା
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ଚିଟ୍ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଏମସ୍ ମାର୍କେଟିଂ ଠକ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିବ୍ୟ କେଶରୀ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୁଧବାର ଉକ୍ତ ମାମଲାର ଶୁଣାଣି କରି ବିଚାରପତି ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧ଲକ୍ଷ ୩୦ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି ।
ସୂଚନା ଯେ, ଏମସ୍ ମାର୍କେଟିଂ ଠକ ସଂସ୍ଥା ବିରୋଧରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଥିଲା । ଏ ବାବଦରେ ବାଲେଶ୍ୱର ଟାଉନ ଥାନାରେ ମାମଲା (ନଂ.୨୫/୧୫) ରୁଜୁ କରାଯାଇ ଦିବ୍ୟ କେଶରୀ ମହାନ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲା ବାଲେଶ୍ୱର ଚିଟଫଣ୍ଡ ଅଦାଲତରେ ବିଚାରଧୀନ ଥିଲା । ମାନ୍ୟବର ବିଚାରପତି ୧୮ଜଣ ସାକ୍ଷ୍ୟ ଓ ୨୨ ଦସ୍ତାବିଜକୁ ଭିତ୍ତି କରି ଠକ ସଂସ୍ଥାର ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ ପଣ୍ଡା ମାମଲା ପରିଚାଳନା କରିଥିଲେ ।