ବିଗ୍ ବସ୍-୧୬ର ଟ୍ରଫି ଜିତିଲେ ଏମସି ଷ୍ଟାନ
ମୁମ୍ବାଇ : ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ‘ପ୍ରା ପ୍ରା ପ୍ରା … ହିନ୍ଦୀ ମାତୃଭାଷା ’ ଡାଇଲଗ ପାଇଁ ଚର୍ଚ୍ଚିତ ରେପର ଏମସି ଷ୍ଟାନ । ରବିବାର ସୋ’ର ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜେତା ଭାବେ ଘୋଷଣା କଲେ ହୋଷ୍ଟ ତଥା ଅଭିନେତା ସଲମାନ ଖାନ ।
ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏମସି ଷ୍ଟାନ ଏଥର ବିଗ୍ ବସର ୱିନର୍ ହୋଇପାରିଛନ୍ତି। ତାଙ୍କୁ ଟ୍ରଫି ସହିତ ଏକ ହୁଣ୍ଡାଇ କାର ଓ ୩୧ ଲକ୍ଷ ଟଙ୍କା ଦେଇ ପୁରସ୍କୃତ କରାଯାଇଛି।
ବିଗ୍ ବସ୍ ଟ୍ରଫି ଜିତିବା ପାଇଁ ଏମସି ଷ୍ଟାନଙ୍କ ସହ ଶିବ, ପ୍ରିୟଙ୍କା, ଅର୍ଚ୍ଚନା ଓ ଶାଲିନ ଦୌଡ଼ରେ ଥିଲେ। ସମସ୍ତଙ୍କୁ ପଛରେ ପକାଇ ଏମସି ଷ୍ଟାନ ଏଥର ବିଗ୍ ବସ୍ ଟ୍ରଫି ହାତେଇଛନ୍ତି। ସେହିପରି ଦ୍ଵିତୀୟ ଭାବେ ଶିବ, ତୃତୀୟରେ ପ୍ରିୟଙ୍କା, ଚତୁର୍ଥରେ ଅର୍ଚ୍ଚନା ଏବଂ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ଶାଲିନ ।୧୯ ସପ୍ତାହର ଖେଳ ସହିତ ଶେଷ ଦିନରେ ସୋ’ର ହୋଷ୍ଟ ଥିବା ସଲମାନ ଖାନ୍ ପ୍ରତିଯୋଗୀ ପ୍ରିୟଙ୍କା ଚୌଧୁରୀଙ୍କୁ ବିଗବସ ଇତିହାସର ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଛନ୍ତି।