୧୧ରୁ ମୟୂରଭଞ୍ଜର ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲୀଶ୍ରୀ ମେଳା
ବାରିପଦା : ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଚୈତ୍ର ପର୍ବ -୨୦୨୨ ଅବସରରେ ଠାରେ ସଦର ମହକୁମା ବାରିପଦା ଛଉ ପଡିଆ ସଂଲଗ୍ନ କଲେଜ ପଡିଆଠାରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା – ୨୦୨୨ ପ୍ରଦର୍ଶନୀ ଚଳିତ ଏପ୍ରିଲ ୧୧ରୁ ୧୫ରାତିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଅନୁଷ୍ଠିତ ହେବ । ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ମେଳା ପ୍ରଦର୍ଶନୀ ପ୍ରତ୍ୟେକ ଦିନ ସକାଳ ୧୦ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବା । ଏଥିପାଇଁ ମୋଟ ୧୫୦ ଷ୍ଟଲ ନିର୍ମାଣ ଓ ଆନୁସଙ୍ଗିକ ବ୍ୟବସ୍ଥା , ମେଳାସ୍ଥଳରେ ବିଦ୍ୟୁତ ଯୋଗାଣ , ପାନୀୟ ଜଳ ଯୋଗାଣ , ପ୍ରାଥମିକ ଚିକିତ୍ସା ସେବା , ପୋଲିସ ନିରାପତା , ଅଗ୍ନିଶମ ସେବା ବ୍ୟବସ୍ଥା , ଆବାସ ଓ ରହଣୀ ବ୍ୟବସ୍ଥା ଏବଂ ସର୍ବୋପରି ପଲ୍ଲୀଶ୍ରୀ ମେଳା ପ୍ରଦର୍ଶନର ପ୍ରଚାର ପ୍ରସାର କରାଯିବା ଦିଗରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଅଛି ।
ସୂଚନା ଯୋଗ୍ୟ ଏହି ପଲ୍ଲୀଶ୍ରୀ ମେଳା ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂପୃକ୍ତ ଡିଆରଡିଏ । ଓରମାସ୍ , ବୟନ ଓ ହସ୍ତତନ୍ତ ଶିଳ୍ପ , ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ଦ୍ୱାରା ପ୍ରୟୋଜିତ ବିଭିନ୍ନ ସ୍ୱୟଂ ସହାୟୀକା ଗୋଷ୍ଠୀ ଓ ଗ୍ରାମ୍ୟ କାରିଗରୀ ଏବଂ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ । ସାମଗ୍ରୀ ଓ କୁଟୀର ଶିଳ୍ପ କାରୁକାର୍ଯ୍ୟ ସାମଗ୍ରୀ ଆଦି ପ୍ରଦର୍ଶନୀ ମାଧ୍ୟମରେ ବିକ୍ରୟ କରାଯିବା ସହିତ ଆୟ ଭିତିକ ବିଭିନ୍ନ ଆତ୍ମନିଯୁକ୍ତ ଯୋଜନା ଏବଂ ସରକାରଙ୍କ ବିଭିନ୍ନ ବିଭାଗ ଯୋଜନା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ଜନ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ୟୋଶ ନେଇ ସରକାରଙ୍କ ପଂଚାୟତିରାଜ ବିଭାଗୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ( ଓରମାସ) ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଅଛି । ପାଂଚ ଦିନ ବ୍ୟାପି ବାରିପଦା ଛଉ ପଡିଆ ସଂଲଗ୍ନ ସ୍ଥିତ କଲେଜ ପଡିଆରେ ଆୟୋଜିତ ହେବାକୁ ଥିବା ଉକ୍ତ ପଲ୍ଲିଶ୍ରୀ ମେଳାର ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପରିଚାଳନା ପାଇଁ ବିରିଷ୍ଠ ପ୍ରଶାସନିକ ଅଧିକାର ଏବଂ ସଂପୃକ୍ତ ବିଭାଗ ପ୍ରତେକ୍ଷ ତତ୍ୱାବଦାନରେ ତ୍ୱରାନ୍ୱିତ କରାଯାଉଅଛି । ଏବାବଦରେ ସମସ୍ତ ପ୍ରସ୍ତୁତି ପର୍ବ ଚାଲିଥିବାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୁଦ୍ର ନାରାୟଣ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।