ମୟୂରଭଞ୍ଜ ଅବସରପ୍ରାପ୍ତ କର୍ମଚାରୀ ପେନସନାର ସଂଘର ବୈଠକ
ବାରିପଦI : ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ପେନ୍ସନାର ସଂଘର ଭଞ୍ଜପୁର ଜମୁନେଶ୍ୱର ଶିବ ମନ୍ଦିର ପରିସରରେ ସଂଘର ଉପସଭାପତି ନୀଳରତନ ପଲେଇଙ୍କ ସଭାପତିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ମୁନି ଯୋଗ ଦେଇଥିଲେ । ବର୍ତମାନର ମହଙ୍ଗା ବଜାରରେ ଅତ୍ୟାବଶ୍ୟକ ଜିନିଷ ପତ୍ର ଅହେତୁକ ଦରବୃଦ୍ଧି ଓ ଔଷଧର ଅହେତୁକ ଦର ବୃଦ୍ଧି ଭିତରେ ଦୁର୍ବିସହ ଜୀବନ ନିର୍ବାହ କରୁଥିବାବେଳେ କେନ୍ଦ୍ର ସରକାର ପେନସନାରଙ୍କ ଚାରି ପ୍ରତିଶତ ମହଙ୍ଗା ଭତା ବର୍ଦ୍ଧିତ କରି ଥିବା ବେଳେ ଓଡିଶା ରାଜ୍ୟ ସରକାର ସମୟ ନଗଡାଇ ଚାରି ପରସେଣ୍ଟ ମହଙ୍ଗା ଭତା ଯଥାଶୀଘ୍ର ଦେବା ସହିତ ୨୦୦୬ ମସିହା ଠାରୁ ଅଦ୍ୟାବଧ ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ବହୁଦିନରୁ ଦାବିପତ୍ର ଦେଇ ଆପତି କରି ଆସୁଥିବା ଚିକିତ୍ସା ଭତା ରାଜ୍ୟ ସରକାର ହୃଦୟଙ୍ଗମ କରି ଯଥା ଶୀଘ୍ର ଦେବା ଜରୁରୀ ଉପରେ ଆଲୋଚନା ହୋଇଥିଲା ଏବଂ ବୈଠକରେ ବରିଷ୍ଠ ନାଗରିକ ପରିଚୟ ପତ୍ର ତଥା ସନିୟର ସିଟିଜେନ କାର୍ଡ ପ୍ରାପ୍ତ ନିମନ୍ତେ ଜିଲ୍ଲାପାଳଙ୍କୁ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଆବେଦନ କରିବାକୁ ନିଷ୍ପତି ନିଆଯାଇଛି । ବୈଠକରେ ସଂପାଦକ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ ଏବଂ ପ୍ରତାପ ଚନ୍ଦ୍ର ମହାପାତ୍ର, ପ୍ରଭାକର ଜେନା, ସୁଶିଲ କୁମାର ଜେନା, ରାମେଶ୍ୱର ବେହେରା, ଚନ୍ଦ୍ରମୋହନ ମାଝୀ, ଗୋପବନ୍ଧୁ, ପ୍ରଶାନ୍ତ କୁମାର ମହାନ୍ତି, ଲଢମୋହନ ମାଣ୍ଡି, ସୁରେଶ ଚନ୍ଦ୍ର ମୁର୍ମୁ, ଦୁଲା ବାସ୍କେ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।