କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତିକୁ ମାୟାବତୀଙ୍କ ସ୍ୱାଗତ
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି(ବସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କେନ୍ଦ୍ର ସରକାର ଦ୍ୱାରା ବିବାଦିତ କୃଷି କାନୁନକୁ ଫେରାଇ ନେବାକୁ ସ୍ୱାଗତ କରିଛନ୍ତି ।
ବସପା ଅଧ୍ୟକ୍ଷ ମାୟାବତୀ କହିଛନ୍ତି ଯେ କେନ୍ଦ୍ର ସରକାର କୃଷି କାନୁନକୁ ରଦ୍ଦ କରିବାର ଘୋଷଣା ଡେରିରେ ନିଆଯାଇଛି, କେନ୍ଦ୍ର ସରକାର ଏହି ନିଷ୍ପତି ପୂର୍ବରୁ ନେଇଥିଲେ ତେବେ ଦେଶ ଅନେକ ପ୍ରକାର ଝଗଡ଼ାରୁ ବଂଚି ଯାଇଥାନ୍ତି । ଏହି ନିଷ୍ପତି ପାଇଁ କୃଷକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏବେ ମଧ୍ୟ କୃଷକଙ୍କ ଉପଜ ସହ ସମର୍ଥନ ମୂଲ୍ୟ ସହ ସମ୍ବନ୍ଧିତ ରାଷ୍ଟ୍ରୀୟ ଆଇନ୍ ବନାଇବାର ଦାବି ଅଧା ଅଟେ । ସଂସଦରେ ଶୀତକାଳୀନ ସତ୍ରରେ କେନ୍ଦ୍ର ସରକାର କାନୁନ୍ ବନେଇ ଏହା ମଧ୍ୟ ସ୍ୱୀକାର କରୁ ବୋଲି ବିଏସପି ଦାବି କରିଛି ।