ସମାଜବାଦୀ ପାର୍ଟିରେ ଯୋଗ ଦେଲେ ମୟଙ୍କ ଯୋଶୀ
![](https://thetruths.in/wp-content/uploads/2022/03/Mayank-Yoshi-joins-Samajwadi-Party.jpg)
ଲକ୍ଷ୍ନୌ : ଆଜମଗଡରେ ଶନିବାର ଆୟୋଜିତ ଏକ ସମାବେଶରେ ଭାରତୀୟ ଜନତା ପାର୍ଟିର ସାଂସଦ ରୀତା ବାହୁଗୁନା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମବତୀ ନନ୍ଦନ ବାହୁଗୁନାଙ୍କ ନାତି ଯୁବ ନେତା ମୟଙ୍କ ଯୋଶୀ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଆଜମଗଡରେ ସପାର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ଅଖିଳେଶ ଯାଦବ କହିଛନ୍ତି ଯେ ଯେଉଁମାନେ ଗରମ ହେବା କଥା କହୁଥିଲେ ସେମାନେ ମାତ୍ର କିଛି ପଦକ୍ଷେପରେ ଥଣ୍ଡା ହୋଇଯାଇଛନ୍ତି, ସେମାନଙ୍କ ଘରୁ ପତାକା କାଢ଼ି ନିଆଯାଇଛି । ୟେ ବାବା ମୁଖ୍ୟମନ୍ତ୍ରୀ ଛଅଟି ପର୍ୟ୍ୟାୟ ଭୋଟ୍ ପରେ ଶୋଇପାରୁ ନାହାଁନ୍ତି।