ତିନୋଟି ପଦ୍ଧତିରେ ମାଟ୍ରିକ୍ ମୂଲ୍ୟାୟନ ନିଷ୍ପତ୍ତି

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାତ୍ର ଚଳିତ ଥର ମାଟ୍ରିକ୍ ପରୀକ୍ଷା ପାଇଁ ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ତିନୋଟି ପଦ୍ଧତି ଅନୁକରଣ ଜରିଆରେ ମୂଲ୍ୟାୟନ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ପଦ୍ଧତି ଅନୁସାରେ ଗତବର୍ଷର ସମେଟିଭ୍ ଆସେସ୍ମେଣ୍ଟ ଓ ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ୍ର ଦୁଇଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ । ଦ୍ୱିତୀୟ ପଦ୍ଧତି ଅନୁସାରେ ସମେଟିଭ୍-୨ର ମାର୍କକୁ ୨ ଗୁଣ କରି ହିସାବକୁ ନିଆଯିବ । ସେହିପରି ତୃତୀୟ ପଦ୍ଧତି ଅନୁସାରେ ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ୍ର ୨୦ ପ୍ରତିଶତ, ସମେଟିଭ୍-୧ରୁ ୩୦ ପ୍ରତିଶତ, ସମେଟିଭ୍-୨ରୁ ୫୦ ପ୍ରତିଶତ ଆଧାରରେ ମୂଲ୍ୟାୟନ କରାଯିବ । ତେବେ ଚଳିତବର୍ଷରେ ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷାଧିକାରୀ ଏବଂ ଅଭିଭାବକ ସଂଘ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ୨୦୨୧ ଶିକ୍ଷା ବର୍ଷରେ ୪ଟି କେବଳ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଅର୍ଥାତ୍ ଆଭ୍ୟନ୍ତରୀଣ ପରୀକ୍ଷା ୧, ୨, ୩, ୪ ଆଧାରରେ ପରୀକ୍ଷା ହୋଇଥିଲା । ଜୁଲାଇରୁ ଏପ୍ରିଲ୍ ମଧ୍ୟରେ ଆଭ୍ୟନ୍ତରୀଣ ପରୀକ୍ଷା ୧ ଓ ୨ ଅନୁଷ୍ଠିତ ହୋଇଥିବା ବେଳେ ଜୁଲାଇରୁ ନଭେମ୍ବର ମଧ୍ୟରେ ଆଭ୍ୟନ୍ତରୀଣ ପରୀକ୍ଷା ୩ ଓ ୪ ଅନୁଷ୍ଠିତ ହୋଇଥିଲା । ଆଭ୍ୟନ୍ତରୀଣ ୧ଓ୨ର ମାର୍କ ଏବଂ ଆଭ୍ୟନ୍ତରୀଣ ୩ ଓ ୪ର ମାର୍କକୁ ଭିତ୍ତି କରି ଫାଇନାଲ୍ ମାର୍କ ହିସାବକୁ ନିଆଯାଉଥିଲା । ଚଳିତ ବର୍ଷ କିନ୍ତୁ ଅଫ୍ଲାଇନ୍ ପରୀକ୍ଷାକୁ ପ୍ରାଧାନ୍ୟ ଦେଇ କେବଳ ତିନୋଟି ପଦ୍ଧତି ଅନୁସରଣ କରାଯାଇଥିବା ବେଳେ କେବଳ ଆସେସ୍ମେଣ୍ଟ୍ ୨କୁ ବାଧ୍ୟତାମୂଳକ କରାଯାଇଛି ।