ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ : ୨୦ ଜିଲାରେ ନୂଆ ଜିଲାପାଳ
ଭୁବନେଶ୍ଵର: ରାଜ୍ୟ ସରକାର ବୁଧବାର ରାତିରେ ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦ ଜିଲାରେ ନୂଆ ଜିଲାପାଳଙ୍କୁ ନିଯୁକ୍ତି ଦେବା ସହ ୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି ।
ରାଜସ୍ଵ ପରିଷଦ ସଚିବ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ୱରେ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ବଦଳି ହୋଇଛି । ସେହିପରି ବାଲେଶ୍ୱର ଜିଲାପାଳ ଆଶିଷ ଠାକରେଙ୍କୁ ରାଜସ୍ୱ ବୋର୍ଡର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଡିଭିଜନ ନିର୍ଦ୍ଦେଶକ, ସିଏମସି କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲାପାଳ ଦାୟିତ୍ୱ ମିଳିଛି । ସେଠାରେ ଥିବା ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲାପାଳ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲାପାଳସ୍ତରରେ ଏହା ପ୍ରଥମ ବଦଳି ।
ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଭଦ୍ରକ
କଟକ ମ୍ୟୁନିସପାଲଟି କମିଶନର- ବିଜୟ କୁମାର ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଗଜପତି
ଗଜପତି ଜିଲ୍ଲାପାଳ- ସ୍ମୃତିରଞ୍ଜନ ପ୍ରଧାନ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କେନ୍ଦ୍ରାପଡ଼ା
ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ ନୂତନ ଦାୟିତ୍ୱ-ଜିଲ୍ଲାପାଳ, ରାୟଗଡ଼ା
ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କନ୍ଧମାଳ
ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସମ୍ବଲପୁର
ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଟକ
ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ମୟୂରଭଞ୍ଜ
କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଯାଜପୁର
କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ ନୂତନ ଦାୟିତ୍ୱ-ଜିଲ୍ଲାପାଳ, ମାଲକାନଗିରି
ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଢେଙ୍କାନାଳ
ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନବରଙ୍ଗପୁର
କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ବାଲେଶ୍ୱର
ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଜଗତସିଂହପୁର
ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଳାହାଣ୍ଡି
ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୟାଗଡ଼
ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସୁନ୍ଦରଗଡ଼
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଦେବଗଡ଼
ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୂଆପଡ଼ା
ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା ନୂତନ ଦାୟିତ୍ୱ- ଜିଲ୍ଲାପାଳ , ବୌଦ୍ଧ
ବୋର୍ଡ ଅଫ ରେଭନ୍ୟୁ ସଚିବ- ବିଜୟ ଉପାଧ୍ୟାୟ ନୂତନ ଦାୟିତ୍ୱ- ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ
ମୟୂରଭଞ୍ଜ ଜିଲ୍ଲାପାଳ -ଆଶୀଷ ଠାକରେ ନୂତନ ଦାୟିତ୍ୱ- ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ
ନବରଙ୍ଗପୁର ଜିଲ୍ଲାପାଳ-କମଳଲୋଚନ ମିଶ୍ର ନୂନୂତନ ଦାୟିତ୍ୱ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା
ଯାଜପୁର ଜିଲ୍ଲାପାଳ- ନିଖିଳପୱନ କଲ୍ୟାଣ ନୂତନ ଦାୟିତ୍ୱ- ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ
ନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ ନୂତନ ଦାୟିତ୍ୱ- ଅତିରିକ୍ତ ସଚିବ,ପଂଚାୟତିରାଜ