ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ
ରାୟଗଡା : ରାୟଗଡା ଜିଲାରେ ମାଓବାଦୀଙ୍କ ବର୍ବରତା । ଇନଫରମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ହତ୍ୟା । ଅମ୍ବାଦଳା ଥାନା ଟିକରପଡା ଗାଁ ନିକଟରୁ ମିଳିଛି ମୃତଦେହ ।
ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁ ନିକଟରେ ଗତ ରାତିରେ ଇନଫରମର ସନ୍ଦେହରେ ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାକୁ ହତ୍ୟାକରିଛନ୍ତି ମାଓବାଦୀ । ହତ୍ୟାପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି । ବାଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ରେ ଲେଖାଯାଇଛି ଯେ ଆଗରୁ ସନ୍ତୋଷକୁ ବହୁବାର ତାଗିଦ୍ କରାଯାଇଥିଲା । ତଥାପି ସନ୍ତୋଷ ଇନଫରମର ସାଜିଥିଲେ ଓ ଅଞ୍ଚଳର କିଛି ଜୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫରମର ତିଆରି କରିବାରେ ମୁଖ୍ୟ ଭୁମିକା ସାଜିଥିଲେ । ତେଣୁକରି ସନ୍ତୋଷ ହତ୍ୟା କରାଯାଇଛି ବୋଲି କୁହାଯଇଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାସ୍ତି ଦିଆଯିବ ବୋଲି ପୋଷ୍ଟରରେ ଉଲେଖ ରହିଛି । ଗତକାଲି ରାତି ପ୍ରାୟ ୧୦ଟାରେ ମାଓବାଦୀମାନେ ଆସି ସନ୍ତୋଷକୁ ଡାକିନେଇ ଗାଠୁ ୫୦ ମିଟର ଦୁରରେ ହତ୍ୟା କରିଥିବା ଜଣାପଡିଛି ।