ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ; ମାଲକାନଗିରିରେ ସରକାରୀ ବସ୍ ଚଳାଚଳ ବନ୍ଦ
ମାଲକାନଗିରି : ଆଜି ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛି ନକ୍ସଲ ସଂଗଠନ । ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ କମିଟି ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ ସହ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ଆନ୍ଧ୍ର-ଛତିଶଗଡ଼- ତେଲେଙ୍ଗାନା ସୀମା ସିଲ୍ କରାଯାଇଛି । ସେସବୁ ସ୍ଥାନରେ ଯାନବାହନ ଯାଂଚ୍ କୁ କଡ଼ାକଡ଼ି କରାଯାଇଛି ।