ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ ଲିଫଲେଟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ ମାନେ ପୁଣି ଥରେ ଲିଫଲେଟ ଜରିଆରେ ପ୍ରଶାସନକୁ ଧମକ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀଗାଁ ଓ ରାଇଘର ଅଞ୍ଚଳରେ ମାଓବାଦୀ ମାନେ ଲିଫଲେଟ୍ ଜରିଆରେ ହାତୀଗାଁରେ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର କ୍ୟାମ୍ପକୁ ବିରୋଧ କରିଛନ୍ତି । ମେନପୁର-ନୂଆପଡା ଡିଭିଜନ ମାଓବାଦୀ ସଂଗଠନ ଏହା ସହିତ ଏହି ପୋଲିସର ଇନଫର୍ମର ବୋଲି ଅଭିଯୋଗ କରି ୧୩ ଜଣଙ୍କୁ ଲିଫଲେଟ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ଜଣା ପଡିଛି ।