ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ନୂଆପଡା : ନୂଆପଡ଼ା ଜିଲାରେ ମାଓ ଗତିବିଧି ଉପରେ ନଜର ରଖିଥିବା ଅର୍ଦ୍ଧସାମରିକ ବଳକୁ ଏକ ବଡ଼ ସଫଲତା ମିଳିଛି । ସିନାପାଲି ଥାନା ପାଟଦରହା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। କମ୍ବିଂ ଅପରେସନ ବେଳେ ଡଗ୍ ସ୍କାର୍ଡ ଓ ସିଆରପିଏଫ ଏସବୁକୁ ଠାବ କରିଛି।
ନୂଆପଡ଼ାରେ କାର୍ୟ୍ୟରତ ୨୧୬ ବାଟାଲିୟନ ଆର୍ଦ୍ଧସାମରିକ ବଳର ଯବାନମାନେ ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ କରୁଥିଲାବେଳେ ଖଡୁପାଣି ନିକଟବର୍ତ୍ତି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ମିଳିଛି। ତେବେ ଅର୍ଦ୍ଧସାମରିକ ବାହିନୀ ସେଠାରେ ପହଞ୍ଚିବା ବେଳକୁ ମାଓବଦୀମାନେ କ୍ୟାମ୍ପ ଛାଡ଼ି ପଳାଇ ଯାଇଥିଲେ। କ୍ୟାମ୍ପରୁ ୫ଟି ବନ୍ଧୁକ, ଜେଲୋଟିନ, ଡିଟୋନେଟର, ଆଇ ଇ ଡି ଓ ମାଓ ପୋଷାକ ସହ ଅନେକ ସାମଗ୍ରୀ ସିଆରପିଏଫ ଜବତ କରିଛି। ଅଭୟାରଣ୍ୟ ଭିତର କନ୍ଦେନଝରିଆ ଗାଁ ପାଖ ଜଙ୍ଗଲ ଭିତରେ ଏହି କ୍ୟାମ୍ପ ରହିଥିଲା । ଏଥିରେ ଅନୁମାନିକ ସାତଜଣ ମାଓବାଦୀ ଛତ୍ରଭଙ୍ଗ କରିଥିବା ସୁଚନା ମିଳିଛି । ଏନେଇ ସିଆରପିଏଫ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ନରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।