ବଙ୍ଗଳା ସହିତ ଅନେକ ସ୍ମୃତି ଜଡିତ ରହିଛି, ନୋଟିସ ପରେ ପ୍ରତିକ୍ରିୟା ରଖିଲେ ରାହୁଲ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ବାତିଲ ହେବା ପରେ ଲୋକସଭା କମିଟି ତାଙ୍କୁ ଏକ ମାସ ମଧ୍ୟରେ ବଙ୍ଗଳା ଖାଲି କରିବାକୁ ନୋଟିସ ଦେଇଛନ୍ତି । ଏହାକୁ ନେଇ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ନିର୍ଦ୍ଦେଶକୁ ସେ ପାଳନ କରିବେ। ତେବେ ଏହି ଘର ସହିତ ଅନେକ ସ୍ମୃତି ଜଡିତ ଥିବାର କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାକୁ ନୋଟିସ ପାଇବା ପରେ ଯଦି ରାହୁଲ ଚାହାଁନ୍ତି, ସେ ମୋ ଘରକୁ ଆସିପାରନ୍ତି, ମୁଁ ତାଙ୍କ ପାଇଁ ମୋର ବଙ୍ଗଳା ଖାଲି କରିଦେବି ।ତାଙ୍କୁ ଦୁର୍ବଳ କରିବା ପାଇଁ ସେମାନେ ଏବେ ସମସ୍ତ ପ୍ରକାର ଉଦ୍ୟମ କରିବେ , କିନ୍ତୁ ଯଦି ସେ ବଙ୍ଗଳା ଖାଲି କରନ୍ତି, ତେବେ ସେ ତାଙ୍କ ମାଆଙ୍କ ପାଖରେ ରହିବେ କିମ୍ବା ସେ ମୋ ସହିତ ରହିବାକୁ ଆସିପାରନ୍ତି ଏବଂ ମୁଁ ତାଙ୍କ ସହିତ ରହିବି ବୋଲି କଂଗ୍ରେସ ସଭାପତି କହିଛନ୍ତି। ସେ ଖାଲି କୁହନ୍ତୁ ମୁଁ ତାଙ୍କ ପାଇଁ ଏକ ବଙ୍ଗଳା ଖାଲି କରିବି। ସେହିପରି ମୁଁ ସେମାନଙ୍କୁ ଭୟଭୀତ କରିବା, ଧମକ ଦେବା ଏବଂ ଅପମାନିତ କରିବା ପାଇଁ ସରକାରଙ୍କ ମନୋଭାବକୁ ନିନ୍ଦା କରୁଛି। ଏହି ପଦ୍ଧତି ଭଲ ନୁହେଁ । ସେ କହିଛନ୍ତି, ବେଳେବେଳେ ଆମେ ୩-୪ ମାସ ପର୍ଯ୍ୟନ୍ତ ବଙ୍ଗଳା ବିନା ବାସ କରୁ । ମତେ ମଧ୍ୟ ମୋର ଏହି ବଙ୍ଗଳା ୬ ମାସ ପରେ ମିଳିଲା । ଏହି ଲୋକମାନେ(ବିଜେପି ସରକାର ) ଅନ୍ୟମାନଙ୍କୁ ଅପମାନିତ କରିବା ପାଇଁ ଏହା କରନ୍ତି ଏବଂ ମୁଁ ସେମାନଙ୍କ ଏଭଳି ମନୋଭାବକୁ ଦୃଢ ଭାବେ ନିନ୍ଦା କରୁଛି ।