ବିଜେଡିର ବନ୍ଧୁ ମିଳନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନେତୃତ୍ୱରେ ଅନ୍ୟଦଳର ବହୁ ନେତା କର୍ମୀ ବିଜେଡିରେ ମିଶିଲେ
ବାରିପଦା : ସ୍ଥାନୀୟ ଶାଳବଣୀ ଠାରେ ମୟୂରଭଂଜ ବିଜୁ ଜନତା ଦଳ ତରଫରୁ ନୂତନ ବର୍ଷ ଏବଂ ମକର ପର୍ବ ଅବସରରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ୫ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରି ଜନାଦୃତ ହେବା ସହ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ସେବା କରି ଆସୁଛନ୍ତି ଏବଂ ୨୦୧୯ ମସିହା ସାଧାରଣ ନିର୍ବାଚନରେ ମୟୂରଭଂଜ ଜିଲ୍ଲାରେ ବିଜୁ ଜନତା ଦଳକୁ ଆଖୁଦୃଶିଆ ସଫଳତା ମିଳି ପାରି ନଥିବା ବେଳେ ପରବର୍ତୀ ସମୟରେ ଦଳର ସମସ୍ତ କାର୍ଯ୍ୟକର୍ତା ନିଜ ଭିତରେ ଥିବା ଦ୍ୱନ୍ଦକୁ ଦୂର କରି କାମ କରିଥିବାରୁ ପଂଚାୟତ ନିର୍ବାଚନ ଏବଂ ପୌରପରିଷଦ ନିର୍ବାଚନରେ ଏକପାଖିଆ ସଫଳତା ମିଳିଛି ଏଣୁ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇ ଆଜିଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ଜିଲ୍ଲା ଜିଲ୍ଲା ସହପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲା ସଭାପତି ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବାରିପଦା ୧୧ ନଂ ୱାର୍ଡ ସ୍ୱାଧୀନ କାଉନସିଲର ପ୍ରଭାତୀ ପୃଷ୍ଟି, ୨୦ ନଂ କାଉନସିଲର କୁମାର ମୁଖୀ, ପୂର୍ବତନ କାଉନସିଲର ଦେବାଶିଷ ଦାସ, ବିଜେପିର ୨୦ ନଂ ୱାର୍ଡର ଅନୀତା ସେଠୀ, ୧୮ ନଂ ୱାର୍ଡର ସୀମା ସାମଲ ଏବଂ ପୂର୍ବତନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ସୁଧାମୟୀ ଦାସ ଏବଂ ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେହିଭଳି ଭାରତ ମୁଣ୍ଡାରୀ ସମାଜର ରାଜ୍ୟସଭାପତି ରବୀନ୍ଦ୍ର ନାଥ ସିଂ, ଯୁବନେତା ମିଲିନ୍ଦ ସ୍ୱାଇଁ, ରାସଗୋବିନ୍ଦପୁର ବ୍ଲକ ଚେୟାରମେନ ପାର୍ବତୀ ହାଁସଦା, ମୋରଡା ବ୍ଳକ ଭାଇସଚେୟାରମେନ ଜେମାମଣି ମହାନ୍ତ, ଫାନିଆ ପଂୟତ ସରପଂଚ ମମତା ବିଶ୍ୱାଳ, ପାକଟିଆ ସରପଂଚ ସତ୍ୟବାନ ସିଂ, ଚିତ୍ରଡା ପଂଚାୟତର ଅବସରପ୍ରାପ୍ତ ଡେପୁଟି ରେଂଜର ବିଜୟ କୁମାର ତରେଇ, ଖୁଂଟା ବ୍ଲକର ଡେଙ୍ଗାମ ସରପଂଚ ନବ କିଶୋର ମୁର୍ମୁ ଓ ସମସ୍ତ ୱାର୍ଡ ମେମ୍ବର, ବାସିପିଠା ପୟତର ମିଶନ ଶକ୍ତି ସଭାନେତ୍ରୀ କଲ୍ୟାଣୀ କଟିୟାର, ଉର୍ବଶୀ ମହାନ୍ତ, ତୁଳସୀ ମହାନ୍ତ, ବଡସାହି ମିଶନ ଶକ୍ତିର ସେକ୍ରେଟେରୀ ସ୍ନେହଲତା ମହାନ୍ତ, ବିଜେପି ଭୋଳାଗଡିଆ ପଂଚାୟତ ସଭାପତି କାଳିଚରଣ ମୁର୍ମୁ, ବଡଫେଣୀ ପୟତର ପଛୁଆବର୍ଗ ବିଜେପି ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତ, ବିଜେପି ଦଳର ଏସ.ସି. ଯୁବ ମୋର୍ଚ୍ଚା ସଭାପତି ଦୁଷ୍ମନ୍ତ ବେହେରା, ଖୁଂଟା ବ୍ଳକର ଜେଏମଏମ, କଂଗ୍ରେସ ଓ ବିଜେପି ଦଳର ଶତାଧିକ କର୍ମୀ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଆଜିକାର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ସାନନ୍ଦ ମାରାଣ୍ଡି, ଭାଦବ ହାଁସଦା, ଗଣେଶ୍ୱର ପାତ୍ର, ଶ୍ରୀନାଥ ସୋରେନ, ସାଇବା ସୁଶୀଲ ହାଁସଦା, ମଙ୍ଗଲ ସିଂ ମୋଦୀ, ବିଜୟ ନାୟକ, ଅଜେନ ମୁର୍ମୁ, ରାଜ୍ୟ ଉଠାଜଳସେଚନ ନିଗମର ସଭାପତି ଅମରିଶ ପତ୍ରି, ରାଜ୍ୟ କୃଷି ଶିଳ୍ପ ନିଗର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଜିଲ୍ଲା ଯୋଜନା ବୋର୍ଡର ଏକ୍ସପୋର୍ଟ ମେସର ଜିତେନ୍ଦ୍ର ମହାନ୍ତି, ମୟୂରଭଂଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ମୟୂରଭଂଜ ସଦର ସଭାପତି କାଶୀନାଥ ହେମ୍ବ୍ରମ, ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଓ ଉପ-ନଗରପାଳ ସୀମା ଦାସ, କରଂଜିଆ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ପପି ପୃଷ୍ଟି ଓ ଉପ-ନଗରପାଳ ସରୂପ ପରିଚ୍ଛା, ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉଦଳା ବିଜ୍ଞାପିତ ପରିଷଦର ଉପ-ନଗରପାଳ ଲିଲି ଭୋଳ, ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ, ଜିଲ୍ଲାପରିଷଦର ସମସ୍ତ ସଭ୍ୟ, ସଭ୍ୟା, ବାରିପଦା, କରଂଜିଆ, ରାଇରଙ୍ଗପୁର ଓ ଉଦଳା ମୁନିସିପାଲିଟିର ସମସ୍ତ କାଉନସିଲର ବୃନ୍ଦ, ଜିଲ୍ଲା ସତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟସଭ୍ୟା, ବିଜୁ ଜନତା ଦଳ, ମହିଳା, ଯୁବ ଓ ଛାତ୍ରର ସମସ୍ତ କର୍ମକର୍ତା ଏବଂ ମୟୂରଭଂଜ ଜିଲ୍ଲାର ୯ ଗୋଟି ନିର୍ବାଚନ ମଣ୍ଡଳୀର ୫ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗଦାନ କରିଥିଲେ ।