ବହୁ ଶିଶୁ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହେଉଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଶିଶୁମାନଙ୍କ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମର ସମ୍ଭାବନା ବଢି ଯାଉଥିବା ଦେଖା ଯାଉଛି । ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ବହୁତ ପିଲା ହୋଇ ଡାକ୍ତରଖାନାକୁ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ଏକ ମାସ ପରେ ସେମାନଙ୍କ ମୁଣ୍ଡବିନ୍ଧା, ଝାଡ଼ା ଓ ବାନ୍ତି ଆଦି ହେଉଛି । ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତି ହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଏପରି କଲେ ମୃତ୍ୟୁହାର କମିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରଥମ ଲହରୀ ବେଳେ ଏହା ଦେଖା ଯାଉ ନଥିଲା । ହେଲେ ଦ୍ୱିତୀୟ ଲହରୀ ବେଳେ ଏହା ଦେଖା ଯାଉଛି । ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ୍ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଇସିୟୁ ଓ ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି ସେ କହିଛନ୍ତି ।