ମନ୍ମଥ ମେମୋରିଆଲ ଆନ୍ତରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଝାଡଖଣ୍ଟକୁ ହରାଇ ଓଡିଶା ଚାମ୍ପିୟନ
ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଂଚାୟତ ଜଗନ୍ନାଥ ମନ୍ଦିର ନିକଟସ୍ଥ ମାଉସିମା ପଡିଆଠାରେ ଏକ ଅର୍ନ୍ତରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟି ବିରିପଟା ଆଞ୍ଚଳିକ ଭଲିବଲ ପ୍ରଶିକ୍ଷଣ କେନ୍ଦ୍ର ଏବଂ କିଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଆନ୍ତରାଜ୍ୟ ଭଳିବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା, ଆନ୍ଦ୍ରପ୍ରଦେଶ, ବିହାର ଏବଂ ଝାଡଖଣ୍ଡ ରାଜ୍ୟ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ପ୍ରତିଯୋଗିତାକୁ ଓଡିଶା ଏବଂ ଝାଡଖଣ୍ଡ ଉତିନ୍ନ ହୋଇଥିଲେ । ଝାଡଖଣ୍ଡକୁ୨-୧ ବ୍ୟବଧାନରେ ହରାଇ ଓଡିଶା ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା ବେଳେ ଝାଡଖଣ୍ଡ ରନସ୍ଆପ ହୋଇଥିଲା । ସେହିପରି ଆନ୍ଦ୍ରପ୍ରଦେଶକୁ ହରାଇ ବିହାର ଟୁର୍ଣ୍ଣାମେଣ୍ଟର ତୃତୀୟସ୍ଥାନ ଅଧିକାର କରିଥିଲା । ଶେଷରେ ଏଥିନେଇ ଏକ ପୁରଷ୍କାର ବିତରଣୀ ସଭା ଆୟୋଜନ କରାଯାଇଥିଲା । ରାଜ୍ୟ ଭଲିବଲ ଆସୋସିଏସନର ସଂପାଦକ ଗଗନେନ୍ଦୁ ଦାସ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥିଭାବେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ବିଜେତା ଓଡିଶା ଦଳକୁ ନଗଦ ୨୫ ହଜାର ଅର୍ଥ ରାଶି ଓ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ରାଜସ୍ୱ ଓ ବିର୍ପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉପବିଜେତା ଝାଡଖଣ୍ଡ ଦଳରକୁ ରନସ୍ଅପ ଟ୍ରଫ ସହ ନଗଦ ୧୫ ହଜାର ଅର୍ଥରାଶି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ତୃତୀୟ ସ୍ଥାନ ଅଧିକାର କରିଥିବା ବିହାର ଦଳକୁ ଅନ୍ୟତମ ଅତିଥି ତଥା ଜାତୀୟ ଭଲିବଲ ଆସୋସିଏସନର ସଭାବପତି ତଥା କନ୍ଧମାଳ ସାଂସଦ ଡ଼ ଅଚ୍ଚ୍ୟୁତ ସାମନ୍ତ ୧୦ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳିଭାବେ ଓଡିଶାର ଆଶୁତୋଷ ତ୍ରୀପାଠିଙ୍କୁ ଅନ୍ୟତମ ଅତିଥି ଅଲମ୍ପିଆନ ତଥା ଦୌଡରାଣି ଦୂତି ଚାନ୍ଦ ପଦକ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ମନ୍ମଥ ମେମୋରିଆଲ ଭଳିବଲ ଆସୋସିଏସନର ମୁଖ୍ୟ ଉଦ୍ୟୋକ୍ତା ବିଜୟ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।