ମାନସ ସ୍ୱାଇଁ ହତ୍ୟା ମାମଲା : ସମ୍ପୂର୍ଣ୍ଣ ଅଫିସରେ ସିନ୍ ରିକ୍ରିଏସନ୍ କଲେ ଶର୍ମିଷ୍ଠା, ନିରଂଜନ
ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ସମ୍ପୂର୍ଣ୍ଣ ଅଫିସରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଂଚ ଟିମ୍ । ଉଭୟଙ୍କୁ ଅଲଗା ଅଲଗା ଗାଡିରେ ନେଇ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ହତ୍ୟା ପୂର୍ବରୁ ମାନସଙ୍କୁ ସୁନ୍ଦରପଦା ସ୍କାଏ ଟାୱାର୍ ଆପାର୍ଟମେଂଟରେ ଥିବା ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡିଛି । ଉଭୟ ଶର୍ମିଷ୍ଠା ଓ ନିରଂଜନଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେବାକୁ ଯାଉଛି ।
ସେପଟେ ଜେରା ବେଳେ ନିରଞ୍ଜନ ସେଠୀ କହିଛନ୍ତି ଶର୍ମିଷ୍ଠାଙ୍କୁ ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲେ । ଫେରାର ହେବାକୁ ଗାଡି ମଧ୍ୟ ଯୋଗାଡ କରିଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କିଆପାଣି ସ୍ଥିତ ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛନ୍ତି ନିରଞ୍ଜନ । ସେଠାକୁ ନିରଞ୍ଜନ ଯିବା ବେଳକୁ ଆଗରୁ ଶର୍ମିଷ୍ଠା, ଝୁନା, ଝୁନାର ସ୍ୱାମୀ ଓ ରଂଜନ ଥିଲେ । କମ୍ପ୍ୟୁଟର ଚଳାଉଥିବା ଜଣେ ବ୍ୟକ୍ତି ଓ ଶର୍ମିଷ୍ଠାର ଭାଉଜ ମଧ୍ୟ ଥିଲେ । ଅଫିସରେ ମାନସକୁ ମାଡ ମାରିଥିବା ମାନିଛନ୍ତି ନିରଞ୍ଜନ । ୮ ତାରିଖରେ ଶର୍ମିଷ୍ଠା ନିରଞ୍ଜନର ପ୍ରଶାନ୍ତି ବିହାର ଘରକୁ ଆସିଥିଲା । ଶର୍ମିଷ୍ଠାକୁ ୧୦ ହଜାର ଟଙ୍କା ଦେବା ସହ ଗାଡ଼ି କରାଇ ଦେଇଥିଲା ନିରଞ୍ଜନ । ସେହି ଗାଡ଼ିରେ ଯାଜପୁରର କାଳିଆପାଣି ଯାଇଥିଲା ଶର୍ମିଷ୍ଠା । ଆଜି ସମ୍ପୂର୍ଣ୍ଣ ଅଫିସ୍ ରେ ଡେମୋ ଦେଖାଇଛନ୍ତି ନିରଞ୍ଜନ ଓ ଶର୍ମିଷ୍ଠା । ଅଫିସ୍ ପରେ ଫ୍ଲାଟରୁ ଶର୍ମିଷ୍ଠାର ଫୋନ୍ ଓ ନିରଞ୍ଜନର ଡାଏରୀ ଜବତ କରିଛନ୍ତି ତଦନ୍ତକାରୀ ଟିମ୍ ।