ବାହାବଳପୁର ଓ ପରିଖି ପଞ୍ଚାୟତରେ ମାନସ ଦତ୍ତଙ୍କ ଜୋରଦାର ନିର୍ବାଚନୀ ପ୍ରଚାର
ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ବାଜିମାତ କରିବ : ମାନସ ଦତ୍ତ
ବାଲେଶ୍ୱର : ଆଜି ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ଓ ପରିଖି ପଞ୍ଚାୟତ ଠାରେ ସଦର ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋର ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ଦତ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ଦତ୍ତ କହିଛନ୍ତି ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି ଓ ଏହାର ଜବାବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକେ ବାଲାଟ ବୋକ୍ସରେ ଦେବେ ।
ସେ କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରେ ଉପକୃତ ହୋଇପାରୁନାହାନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଦେଉଥିବା ବେଳେ ଏଠି ରାଜ୍ୟ ସରକାର ସେଥିରେ ନିଜ ନାମର ପୋଷ୍ଟର ମାରି ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସଦର ନେତା ଶ୍ରୀ ଦତ୍ତ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୯ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ୨୬ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଝୁନୁଲତା ସ୍ୱାଇଁ, ବାହାବଳପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାମନାରାୟଣ ଦ୍ୱିବେଦୀ, ସମିତିସଭ୍ୟା ପ୍ରାର୍ଥୀ ରଶ୍ମିତା ମଣ୍ଡଳ, ପରିଖି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବ୍ରଜଗୋପାଲ ପରିଡା, ସମିତିସଭ୍ୟ ପ୍ରାର୍ଥୀ ବାବୁଲାଲ ସିଂ, ପଞ୍ଚୁପଡା ମଣ୍ଡଳ ସଭାପତି ବିଜୟ ଦାସ, ଚାନ୍ଦିପୁର ମଣ୍ଡଳ ସଭାପତି ଅନିଲ ପାତ୍ର, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଅନନ୍ତ ନାୟକ, ପରିଖି ପଞ୍ଚାୟତ ସଭାପତି ଅମଲ ମଣ୍ଡଳ, ବାହାବଳପୁର ପଞ୍ଚାୟତ ସଭାପତି ସୁରେଶ ମାନ୍ନା, ପଞ୍ଚାୟତ କୋଡିନେଟର ବିମଲ ସାହୁ, ନାଏବ ସରପଞ୍ଚ ଶଶି ବାରିକ, ଲୋକନାଥ ବେରା, ସୁଶାନ୍ତ ବେରା, ବିଜୟ ମାଇତି, ଏତାବୁଲ ଖାଁ, ସରୋଜ ପରିଡା, ଦୀପକ ଆଚାର୍ଯ୍ୟ, ରାଧାଗୋବିନ୍ଦ ପାତ୍ର, ମାମୁନୀ ହାତୀ, ରାଜୀବ କର, ମିଠୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।