ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ହେଲ୍ପ ଲାଇନ ନମ୍ବର ଜାରି କଲେ ମାନ ସରକାର
ଚଣ୍ଡିଗଡ଼ : ଦୁର୍ନୀତି ନିବାରଣ ପାଇଁ ଏକ ଅଭିନବ ପଦକ୍ଷେପ ନେଲେ ପଞ୍ଜାବର ନୂଆ ସରକାର । ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ଭଗବତ ସିଂ ମାନ ଜାରି କରିଛନ୍ତି ହେଲ୍ପ ଲାଇନ ନମ୍ବର । ସେ କହିଛନ୍ତି ରାଜ୍ୟର କୌଣସି ଅଧିକାରୀ ଯଦି ଆପଣଙ୍କୁ ଲାଞ୍ଚ ମାଗେ ତେବେ ଏହି ହେଲ୍ପ ଲାଇନ ନମ୍ବର ଜରିଆରେ ଅଡିଓ କିମ୍ବା ଭିଡିଓ ରେକର୍ଡିଂ ପଠାଇ ପାରିବେ । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦୁର୍ନୀତି ମୁକ୍ତ ପଞ୍ଜାବ ସାହସୀ ସହିଦମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମାନ କହିଛନ୍ତି । ଆଜି ହୁସେନାୱାଲା ଓ ଖଟକାର୍କାଲାନଠାରେ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସରକାର ଗଠନ ପରେ ଏହା ଥିଲା ଭଗୱତ ସିଂ ମାନଙ୍କ ପ୍ରଥମ ବଡ଼ ଘୋଷଣା । ତେବେ ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାର ଗଠନ ପରେ ମଧ୍ୟ ଏହି ସମାନ ଅଭିଯାନ ଆରମ୍ଭ କରାଯାଇଥିଲା । ଯାହାକୁ ବିପୁଳ ମାତ୍ରାରେ ଜନସମର୍ଥନ ମିଳିଥିଲା ।