ମମତା କୁଣ୍ଡୁ ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ନିଯୁକ୍ତ
ଭୁବନେଶ୍ୱର : ଅଖିଲ ଭାରତୀୟ ପ୍ରଫେସନାଲ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶଶିଥରୁରୁ ମମତା କୁଣ୍ଡୁଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ଭାବେ ମନୋନୀତ କରିଛନ୍ତି । ସେହିପରି ସଂଜୟ ମିଶ୍ରଙ୍କୁ ଉପସଭାପତି ଏବଂ ଆଇନଜୀବୀ ଆକାଶ ଭୁୟାଁଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶାରେ ପ୍ରଫେସନାଲ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଏ ତିନିଜଣ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ରାଷ୍ଟ୍ରୀୟ ସଭାପତି ଶଶି ଥରୁରୁ ଆଶାବ୍ୟକ୍ତ କରିଛନ୍ତି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ ଏହି ତିନିଜଣଙ୍କୁ ଅଭିନନ୍ଦନ ଜ୍ଞାପନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନ୍ୟାନ୍ୟ ଛାମୁଆ ସଂଗଠନ ଯଥା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ମହିଳା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ କମିଟି ସହିତ ସମନ୍ୱୟ ରକ୍ଷା କାର୍ଯ୍ୟକରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।