ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅଶାଳୀନ ବକ୍ତବ୍ୟ ଦେଇ ନିଜର ଚରିତ୍ରକୁ ସ୍ପଷ୍ଟ କରିଛନ୍ତି ମମତା ବାନାର୍ଜୀଙ୍କ ମନ୍ତ୍ରୀ : ପ୍ରତାପ ଷଡଙ୍ଗୀ
ଗୋଟିଏ ହେଲେ ମହୁର୍ତ ପାଇଁ ମନ୍ତ୍ରୀ ପଦରେ ରହିବାର ତାଙ୍କର ଅଧିକାର ନାହିଁ
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅତ୍ୟନ୍ତ ଅଶାଳୀନ ବକ୍ତବ୍ୟ ଦେବା ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କଡା ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ କରିଛନ୍ତି ମମତା ବାନାର୍ଜୀଙ୍କ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅଶାଳୀନ ବକ୍ତବ୍ୟ ଦେଇ ନିଜର ଚରିତ୍ରକୁ ସ୍ପଷ୍ଟ କରିଛନ୍ତି । ସେମାନଙ୍କର ସଂସ୍କାର କିପରି ତାହା ଏହି ବକ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି । ଏଭଳି ବ୍ୟକ୍ତିଙ୍କୁ ଗୋଟିଏ ହେଲେ ମହୁର୍ତ ପାଇଁ ମନ୍ତ୍ରୀ ପଦରେ ରହିବାର ତାଙ୍କର ଅଧିକାର ନାହିଁ । ତେଣୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶା କରିଛନ୍ତି ।
ସେ କହିଛନ୍ତି ଯେ ତାଙ୍କର ଏହି ବକ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେବା ଦ୍ୱାରା ସେ ଦେଶର ସମ୍ବିଧାନ ଓ ତାଙ୍କୁ ଭୋଟ ଦେଇ ଜିତାଇଥିବା ଲୋକ ମାନଙ୍କର ମଧ୍ୟ ଅପମାନ କରିଛନ୍ତି ।