ରାଷ୍ଟ୍ରପତିଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରନ୍ତୁ ମମତା ବାନାର୍ଜୀ : ଅର୍ଜ୍ଜୁନ ମୁଣ୍ଡା
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ମନ୍ତ୍ରୀ ଅଖିଳ ଗିରିଙ୍କୁ ସେ ନିଜ ମନ୍ତ୍ରିମଣ୍ଡଳରୁ ବାହାର କରନ୍ତୁ । କେନ୍ଦ୍ରୀୟ ଜନଜାତୀୟ କାର୍ଯ୍ୟ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଏହି ଦାବି କରିଛନ୍ତି ।
ଏ୍ରୀ ମୁଣ୍ଡା ଏଠାରେ ନିଜ ଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ଯେ ପଶ୍ଚିମବଙ୍ଗ ସରକାର, ଯେଉଁଠାରେ ସ୍ୱୟଂ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟ ସର୍ବସମ୍ମୁଖରେ ଦେଶର ମହିଳା ଜନଜାତି ରାଷ୍ଟ୍ରପତିଙ୍କ ଉପରେ ଅଭଦ୍ର ଟିପ୍ପଣୀ କରୁଛନ୍ତି ।