ନୀଳଗିରିରେ ଅପପୁଷ୍ଟି ଆତଙ୍କ : ୧୦ ଶିଶୁ ଚିକିତ୍ସିତ
ନୀଳଗିରି : ନୀଳଗିରି ଏକ ବଣ ପାହାଡ଼ ଘେରା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଶିଶୁ ମାନଙ୍କ ଅପପୁଷ୍ଟି ହ୍ରାସ କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟରେ ସ୍ୱାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଯୋଗାଉଛନ୍ତି । ହେଲେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ (ଏନ୍ଆର୍ସି) ପୃଷ୍ଟି ପୁର୍ନବାସ କେନ୍ଦ୍ରରେ ୧୨ ଜଣ ଅପପୃଷ୍ଟି ଶିକାର ଶିଶୁ ଚିକିତ୍ସିତ ହେଉଥିବା ବେଳେ ଶନିବାର ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ରୋଗ ଯୋଗୁଁ ଏବେ ଅଭିଭାବକଙ୍କୁ ଚିନ୍ତାର ବିଷୟ ପାଲଟିଛି । ଅପପୃଷ୍ଟି ରୋଗର ଶୀକାର ହୋଇ ନୀଳଗିରି ବ୍ଲକର୍ ପୋଡ଼ାଶୁଳ, ଧୋବଶିଳା, ଚତିରଖୁଣ୍ଟା, ମିତ୍ରପୁର, ନୀଳଗିରି ଏନଏସି, ଔପଦା ବ୍ଲକ ହାତୀଖୁଲିଆ ଓ ରାଇରାମପୁର ଆଦି ସ୍ଥାନରୁ ଶିଶୁ ଚିହ୍ନଟ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ଅଙ୍ଗନୱାଡ଼ି ପକ୍ଷରୁ ମିଳୁଥିବା ଖାଦ୍ୟ ଖାଇବା ପରେ ମଧ୍ୟ ପିଲାମାନଙ୍କୁ ଅପପୃଷ୍ଟି ହେଉଛି । ଯଦି ଭିଟାମିନ ଦିଆଯାଆନ୍ତା ଭଲ ହୁଅନ୍ତା ବୋଲି ଅଭିଭାବକମାନେ ମତପ୍ରକାଶ କରିଛନ୍ତି ।
ଅପପୁଷ୍ଟି ସମ୍ପର୍କରେ ନୀଳଗିରି ମେଡ଼ିକାଲର ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର କୁମାର ସିଂହଙ୍କୁ ପଚାରିଥିଲୁ ସେ କହିଥିଲେ ପ୍ରଥମ କାରଣ ଖାଦ୍ୟ, ତା ସହିତ ଅନ୍ୟ ରୋଗ ବା କ୍ରନିକ୍ ଡିଜିଜ୍ ରହିଥାଏ । ଯେଉଁ ପିଲା ଦୁର୍ବଳ ଦେଖାଯାନ୍ତି ତାଙ୍କ ହାଇଟ୍ ଅନୁସାରେ ଓଜନ ଠିକ୍ ନରହିଲେ ସେହି ପିଲାମାନଙ୍କୁ ଆମ୍ଭେ ଚିକିତ୍ସା କରିବା ସହ ପ୍ଲାନିଂ ଅନୁସାରେ ଖାଦ୍ୟ ଦେବା ସହ, ଭିଟାମିନ୍ ଓ ଟ୍ରନିକ ଆଦି ଦେଇ ଆସିଥିବା ବେଳେ ଯେତିକି ଓଜନ ଥାଏ ତାଠାରୁ ୧୫% ବଢ଼ିବା ପରେ ଛାଡ଼ିଥାଉ ବୋଲି କହିଥିଲେ ।