ମା’ ତାରିଣୀଙ୍କ ପୀଠରେ ମହାଷ୍ଚମୀ ପାଳିତ
କେନ୍ଦୁଝର : କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜି ମହାଷ୍ଚମୀ ପାଳିତ ହେଉଛି । ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ନବରାତ୍ରୀଙ୍କର ସପ୍ତମ ଦିନ ଦେବୀ କାଳରାତ୍ରୀଙ୍କର ଅଟେ । କିମ୍ବଦନ୍ତୀ ଅନୁଯାୟୀ ଏହି ରୂପରେ ମା ସେ ନିଜ ଚର୍ମ ରଙ୍ଗକୁ ବଳିଦାନ ଦେଇ ରାକ୍ଷାସ ମାନଙ୍କୁ ମାରିବା ପାଇଁ ଏକ ଅନ୍ଧକାର ରଙ୍ଗ ଗ୍ରହଣ କରିଥିଲେ । ସେ ଜଣେ ଚାରି-ସଶସ୍ତ୍ର ଦେବତା ଯିଏ ଗଧ ଉପରେ ଚାଲି ଚାଲି ଖଣ୍ଡା, ଖଡଗ ଏବଂ ନାକ ଧରିଥାନ୍ତି । ତାଙ୍କ କପାଳରେ ତୃତୀୟ ଆଖି ଦେଖିବାକୁ ମିଳିଥାଏ, ଯେଉଁ ଆଖିରେ ମା କାଳରାତ୍ରୀ ସମଗ୍ର ବ୍ରହ୍ମାଣ୍ଡ ଧାରଣ କରିଥିବା ବିଶ୍ୱାସ କରାଯାଏ ।
ତେବେ ଏହି ଅବସରରେ ଆଜି ମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜା ପାଳିତ ହେଉଥିବା ବେଳେ ପୀଠ ମାନଙ୍କରେ ନବମୀ ପୂଜା ପାଳିତ ହେଉଛି । କିନ୍ତୁ ଘଟଗାଁ ମା ତାରିଣୀଙ୍କ ପୀଠରେ ମହାଷ୍ଟମୀ ପୂଜା ପାଳିତ ହେଉଛି । ଆଜି ମଧ୍ୟ ମାଙ୍କୁ ତାଙ୍କ ସେବାୟତ ମାନେ ମାଙ୍କର ମହାସ୍ନାନ, ମାଜଣା, ମଙ୍ଗଳ ଆଳତି, ବଡ ସିଂହାର ବେଶ,ଷୋଡଶ ଉପଚାର ପୂଜା ଇତ୍ୟାଦି ଯଥା ରିତିକାନ୍ତି ପୂଜା କାର୍ଯ୍ୟ ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ମାଙ୍କର ସୁନା ବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଛି । ତା ସହିତ ମା ଆଜି ମହାଷ୍ଚମୀ ଅବସରରେ କାଳରାତ୍ରୀ ରୂପ ଧାରଣ କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶ୍ରୁଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।