ଖୁବଶୀଘ୍ର ମହାରାଷ୍ଟ୍ର ହେବ ମାସ୍କ ଫ୍ରି!
ମୁମ୍ବାଇ : ମହାରାଷ୍ଟ୍ରର ଲୋକଙ୍କୁ ମାସ୍କ ନ ପିନ୍ଧିବାକୁ ଅନୁମତି ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା । କିନ୍ତୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରକୁ ମାସ୍କ ମୁକ୍ତ କରିବା ନେଇ କ୍ୟାବିନେଟ ବୈଠକରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ କରୋନା ଶେଷ ନହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡିବ ।
ଗତ ଶୁକ୍ରବାର ଦିନ ଯେତେବେଳେ ଅଜିତ ପାୱାରଙ୍କୁ ମାସ୍କ ନ ପିନ୍ଧିବା ଛାଡ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ଖଣ୍ଡନ କରିଥିଲେ । ଏଥିସହିତ ସେ କହିଛନ୍ତି ଯେ ଯେତେବେଳେ ବି କ୍ୟାବିନେଟ ବୈଠକ ହୁଏ, ସେତେବେଳେ କିଛି ଗଣମାଧ୍ୟମ ଲୋକ ମାସ୍କ ଫ୍ରି ଖବର ପ୍ରଚାର କରନ୍ତି, କିନ୍ତୁ ବାସ୍ତବରେ ସେପରି ନକରିବାକୁ ଅନୁରୋଧ କରାଯାଇଛି ।