ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଭକ୍ତଙ୍କ ଭିଡ଼
ପୁରୀ : ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ମାସେ ଧରି ଏହି ବ୍ରତ ପାଳନ କରିବେ ହବିଷ୍ୟାଳୀ। ପଞ୍ଚପୁଷ୍କରିଣୀ ନିକଟରେ ସଂକଳ୍ପ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ସେବନ ଓ ପୁରାଣ ପାଠ କରୁଛନ୍ତି। ଏପଟେ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ଜାରି ରହିଛି। କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି ସହ ବାଳଭୋଗ ଶ୍ରୀମନ୍ଦିରରେ କରାଯାଉଛି l
ତେବେ ରାଜ୍ୟସରକାରଙ୍କ ହବିଷ୍ୟାଳୀ ଯୋଜନାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରିଣୀ ହବିଷ୍ୟାଳି ଶିବିରରେ ରହି ହବିଷ ବ୍ରତ କରୁଥିବା ବେଳେ ଶ୍ରୀକ୍ଷେତ୍ର ର ବିଭିନ୍ନ ମଠ ବାଡ଼ି ଓ ଧର୍ମଶାଳାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରୀମlନେ ମହା କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।