ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମଦନ ମୋହନ ମାଝୀ
ନୀଳଗିରି : ରାଜ୍ୟରେ ଜନଜାତି ମାନଙ୍କର କଳା ସଂସ୍କୃତି ଓ ଐତିହର ସଂରକ୍ଷଣ ଓ ସୁରକ୍ଷା ପାଇଁ ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ବାଲେଶ୍ଵର ଜିଲ୍ଲାର ବିକାଶକୁ ଆଖିଆଗରେ ରଖି ରାଜ୍ୟ ସରକାର ଙ୍କ ଦ୍ଵାରା ଗଠନ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ସ୍ପେସିଆଲ ଡେଭଲପମେଣ୍ଟ କାଉନସିଲ,ବାଲେଶ୍ବର)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନୀଳଗିରି ବ୍ଲକ୍ ଭଉଁରିଆବାଡ ପଞ୍ଚାୟତ ଅଧୀନସ୍ଥ ତେରଲଡିହି ଗ୍ରାମର ଚରେ ମାଝୀଙ୍କ ସୁପୁତ୍ର ମଦନ ମୋହନ ମାଝୀ।
ଆଦିବାସୀ କୂଳରେ ଜନ୍ମ ହୋଇ ମଧ୍ୟ ସେ ଜଣେ ଉଚ୍ଚ ଶିକ୍ଷିତ ତଥା ଜବାହାରଲାଲ ନେହେରୁ ୟୁନିଭର୍ସିଟିର ପୂର୍ବତନ ଛାତ୍ର ସହ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରି ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ରାଜନୀତିରେ ପାଦ ଦେଲାପରେ ରାଜ୍ୟ ସରକାର ତାଙ୍କୁ ଏଭଳି ଗୁରୁଦାୟିତ୍ଵ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ନୀଳଗିରି ବ୍ଲକ୍ ଅଧୀନରେ ଥିବା ଆଦିବାସୀ ଭାଇ ଭଉଣୀ ମାନଙ୍କର ସଂସ୍କୃତି, ପରମ୍ପରା ଏବଂ ଜୀବନ ଧାରଣର ମାନ କିପରି ଉନ୍ନତି ଏବଂ ଉଦ୍ଜିବିତ ରହିପାରିବ ସେ ଦିଗରେ ପ୍ରାଥମିକତା ଦେବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏନେଇ ନୀଳଗିରିରୁ ବିଭିନ୍ନ ବର୍ଗରୁ ପ୍ରଶଂସାର ସୁଅ ଛୁଟିଛି। ଏନେଇ ନୀଳଗିରିରୁ ବିଭିନ୍ନ ବର୍ଗରୁ ଛୁଟିଛି ପ୍ରଶଂସାର ସୁଅ।