ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା’କାଳୀଙ୍କ ପୂଜା ଉତ୍ସବ
କଟକ : ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରାଧୀଶ ମା’ ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ପୂଜା ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ପତ୍ୟୁଷରୁ କାର୍ତ୍ତିକ ଅବକାଶ ପଠନ, ବିଶ୍ୱଶାନ୍ତି ପ୍ରାର୍ଥନା, ସମସ୍ତ ଦେବାଦେବୀଙ୍କ ମଙ୍ଗଳ ଆଳତୀ ଶେଷ ପରେ ଗୋଟିଏ ଛାତ ତଳେ ଥିବା ମା’ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ମହାସ୍ନାନ ପର୍ବ ହୋଇଥିଲା । ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ଅଖଣ୍ଡନାମ, ଅଖଣ୍ଡ ଭଜନ ଆଦି କରାଯାଇଥିଲା । ଏହି ଉପଲକ୍ଷେ ପହିଲି ଭୋଗ, ରାଜଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା । ବ୍ରାହ୍ମଣ ଦେବତାଙ୍କ ଦ୍ୱାରା ହୋମଯଜ୍ଞ, ଚଣ୍ଡିପାଠ ପରେ ପାଣି କଖାରୁ ବଳି ଦିଆଯାଇଥିଲା । ୧୯୪୩ ମସିହାଠାରୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କ୍ଷେତ୍ରରେ ମା’ଙ୍କ ପୂଜା ଆରମ୍ଭ ହୋଇ ଏବେଯାଏଁ ଚାଲୁ ରହିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।