ଟି-୨୦ ଇତିହାସରେ ସର୍ବନିମ୍ନ ସ୍କୋର : ୧୫ ରନରେ ଅଲଆଉଟ୍ ହେଲା ସିଡନି ଥଣ୍ଡର
ସିଡନି : ଟି-୨୦ ଇତିହାସରେ ସର୍ବନିମ୍ନ ସ୍କୋର ।ଅଷ୍ଟ୍ରେଲିଆର ଟି-୨୦ ଲିଗ ବିଗ୍ ବାସରେ ଶୁକ୍ରବାର ଏକ ଅଦ୍ଭୁତ ରେକର୍ଡ ଦେଖିବାକୁ ମିଳିଛି । ସିଡନି ଥଣ୍ଡ ଦଳ ଟି-୨୦ ଇତିହାସରେ ସର୍ବନିମ୍ନ ସ୍କୋରରେ ଅଲଆଉଟ ହୋଇଯାଇଛି ।
ସିଡନିର ମ୍ୟାଚ୍ ଆଡିଲେଡ୍ ଷ୍ଟ୍ରାଇକର୍ସ ସହିତ ଚାଲିଥିଲା । ଅନେକ ସ୍ଥାନୀୟ ପ୍ରଶଂସକ ଆଶା କରୁଥିଲେ ଯେ ଏକ ବଡ ମ୍ୟାଚ୍ ଖେଳାଯିବ, କିନ୍ତୁ ଏହା ଏକ ଭିନ୍ନ ଦିଗରୁ ଆଶ୍ଚର୍ଯ୍ୟଜନକ ହୋଇଗଲା । । ସିଡନି ଦଳ ପାଇଁ ଏହି ମ୍ୟାଚ୍ ଏକ ଦୁଃସ୍ୱପ୍ନ ପରି ଥିଲା ଏବଂ ୧୪୦ ରନର ଲକ୍ଷ୍ୟକୁ ପିଛା କରି ଏହି ଦଳ ମାତ୍ର ୧୫ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆଡିଲେଡ୍ ୨୦ ଓଭରରେ ୯ ୱିକେଟ୍ ରେ ୧୩୯ ରନ୍ କରିଥିଲା । କ୍ରିସ୍ ଲିନ୍ ୩୬ ଏବଂ ଡି ଗ୍ରାଣ୍ଡହୋମ୍ ୩୩ ରନ୍ ଯୋଗଦାନ କରିଥିଲେ । ସିଡନି ପାଇଁ ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକି ତିନୋଟି ୱିକେଟ୍ ନେଇଥିବାବେଳେ ଗୁରିନ୍ଦର ସାନ୍ଧୁ, ଡାନିଏଲ୍ ସାମ୍ସ ଏବଂ ବ୍ରାଡେନ୍ ଡୋଗେଟ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହାର ଉତ୍ତରରେ ସିଡନି ଥଣ୍ଡର ହେନେରୀ ଥର୍ନଟନ୍ ଏବଂ ୱେସ୍ ଅଗରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ହେନେରୀ ପାଂଚଟି ୱିକେଟ୍ ନେଇଥିଲେ ଏବଂ ଅଗର ଚାରିଟି ୱିକେଟ୍ ନେଇଥିଲେ । ସିଡନୀ ଦଳରେ ଆଲେକ୍ସ ହେଲ୍ସ, ଡାନିଏଲ୍ ସାମ୍ସ ଏବଂ ରାଇଲ୍ ରୋସୋଭଙ୍କ ପରି ଆନ୍ତର୍ଜାତୀୟ ଖେଳାଳି ଥିଲେ, କିନ୍ତୁ ଏହା ସତ୍ୱେ ଏହି ଦଳର ଅବସ୍ଥା ଏପରି ଥିଲା ଯେ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠି ପାରିନଥିଲେ । ପାୱାର-ପ୍ଲେ ଅର୍ଥାତ୍ ଛଅ ଓଭର ଶେଷ ହେବା ପୂର୍ବରୁ ଦଳ ୫.୫ ଓଭରରେ ମାତ୍ର ୧୫ ରନରେ ଅଲଆଉଟ୍ ହୋଇଥିଲା ।