ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଆଜି ୫ ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ । ଏହାର ପ୍ରଭାବରେ ଉପକୂଳ, ଉତ୍ତର-ପୂର୍ବ ଓ ଆଭ୍ୟନ୍ତରଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୫ ଜିଲାରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ସୋମବାର ବରଗଡ଼, ସୋନପୁର, ବଲାଙ୍ଗିର, ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାରେ ବର୍ଷିବ । ଆସନ୍ତା ୩ ତାରିଖ ମଙ୍ଗଳବାରରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାରେ ୭୦ରୁ ୧୦୦ମିମି ବର୍ଷା ହେବାର ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।
ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ୯୭ମିମି, କଟକରେ ୯୫, ରାୟଗଡ଼ା ଓ ପାରଳାଖେମୁଣ୍ଡିରେ ୯୪, କୋରାପୁଟରେ ୯୨, ଟିଟିଲାଗଡ଼ରେ ୯୦, ଭୁବନେଶ୍ୱରରେ ୮୮, ହୀରାକୁଦରେ ୮୮, ଗୋପାଳପୁରରେ ୮୭, ସମ୍ବଲପୁରରେ ୮୭, ସୋନପୁରରେ ୮୭, ଦାରିଙ୍ଗିବାଡ଼ିରେ ୮୭, ଭବାନୀପାଟଣାରେ ୮୧, କେନ୍ଦ୍ରାପଡ଼ାରେ ୯୧ମିମି ବର୍ଷା ହୋଇଛି । ସେପ୍ଟେମ୍ବର ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭଲ ବର୍ଷା ହୋଇଛି । ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ କଟକରେ ସ୍ୱାଭାବିକ ତୁଳନାରେ ଅତ୍ୟଧିକ ବର୍ଷା ହୋଇଛି ।