ବିଘ୍ନହର୍ତାଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଆପଣାନ୍ତୁ ଏହି ସରଳ ଉପାୟ ! ଦୂର ହେବ ବାଧା-ବିଘ୍ନ
ହିନ୍ଦୁ ଧର୍ମ ଅନୁସାରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ଗଜାନନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଏବଂ କଷ୍ଟ ଦୂର ହୋଇଥାଏ । ଏହାସହିତ ଧନ, ସମ୍ପତି, ବୁଦ୍ଧି, ବିବେକ, ସମୃଦ୍ଧି ଆଦି ପ୍ରାପ୍ତ ହୋଇଥାଏ । ଭଗବାନ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ଗଣେଶ ଜୀଙ୍କ କୃପା ରହିଥାଏ ତାଙ୍କ ଜୀବନର ଆଗାମୀ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ । କୁହାଯାଏ କି ଭକ୍ତଙ୍କ ଉପରେ ଗଣେଶ ଭଗବାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ବୁଧବାର ଦିନ ଗଣେଶଙ୍କୁ କାହିଁକି ଆରାଧନା କରାଯାଏ ଏବଂ ଏହାର ମହତ୍ୱ କଣ ରହିଛି ।
ଦୁର ଅର୍ପଣ କରିବା:-
ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଉଛି, ସକାଳୁ ସ୍ନାନ ସାରି ଗଣେଶ ଭଗବାନଙ୍କ ଠାରେ ୫ଟି ଦୁବ ଘାସ ଅର୍ପଣ କରନ୍ତୁ ।
ଶମି ବୃକ୍ଷକୁ ପୂଜା କରିବା:- ଶାସ୍ତ୍ର ଅନୁସାରେ ଶମି ବୃକ୍ଷକୁ ପୂଜିବା ଦ୍ୱାରା ଗଣେଣ ଭଗବାନ ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ପ୍ରଭୁ ଶ୍ରୀରାମ ବି ରାବଣଙ୍କ ଠାରୁ ବିଜୟ ଲାଭ କରିବା ପାଇଁ ଶମି ବୃକ୍ଷ ପୂଜା କରିଥିଲେ । ଗଣେଶଙ୍କ ପ୍ରିୟ ହେଉଛି ଶମି ବୃକ୍ଷ । ସେଥିପାଇଁ ନିୟମିତ ଗଣେଶଙ୍କୁ ଶମି ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ଘରେ ସୁଖ ଏବଂ ଧନ ବୃଦ୍ଧି ହେବ ।
ପବିତ୍ର ଚାଉଳ ଅର୍ପଣ କରନ୍ତୁ:-
ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ଲାଗି ପବିତ୍ର ଚାଉଳ ଅର୍ପଣ କରନ୍ତୁ । ଯେଉଁ ଚାଉଲ ବିଲକୁଲ୍ ଭାଙ୍ଗି ନଥିବ ତାକୁ ପବିତ୍ର ଚାଉଳ ବୋଲି କୁହାଯାଏ ।
ଗଣେଶଙ୍କୁ ଲାଲ ସିନ୍ଦୁରର ତିଳକ ଲଗାନ୍ତୁ:-
ଲାଲ ରଙ୍ଗ ଗଣେଶ ଭଗବାନଙ୍କର ପ୍ରିୟ । ସେଥିପାଇଁ ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଲାଲ ସିନ୍ଦୁରର ତିଳକ ଲଗାନ୍ତୁ । ଗଣେଣଙ୍କୁ ତିଳକ ଲଗାଇବା ପରେ ସେହି ତିଳକକୁ ନିଜ ମଥାରେ ଲଗାନ୍ତୁ । ଏହାଦ୍ୱାରା ଗଣେଶ ଭଗବାନଙ୍କ କୃପା ଲାଭ ହୋଇଥାଏ । ଏହାସହିତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।
ପ୍ରସାଦରେ ମୋଦକ ଚଢାନ୍ତୁ:-
ମୋଦକ ଗଣେଶଙ୍କ ପ୍ରିୟ ପ୍ରସାଦ । ସେଥିପାଇଁ ବିନାୟକ ଚତୁର୍ଥି ଅବସରରେ ଗଣେଶଙ୍କୁ ମୋଦକ ଭୋଗ ଲଗାନ୍ତୁ ଏବଂ ତାଙ୍କର ଆର୍ଶିବାଦ ପ୍ରାପ୍ତ କରନ୍ତୁ ।