ବନ୍ଧୁକ ଦେଖାଇ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ, ଥାନାରେ ମାମଲା
ଭୁବନେଶ୍ୱର : ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ । ଝାମ୍ପିନେଲେ ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡଗିରି ଶତାବ୍ଧୀନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ସୁନା ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି । ସେହି ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀନାରାୟଣ ଜୁଏଲର୍ସ ମାଲିକ ଓମପ୍ରକାଶ ସାହୁ । ତେବେ ସେହି ବ୍ୟବସାୟୀଙ୍କ କହିବା ଅନୁସାରେ ସେ ଦୋକାନ ବନ୍ଦ କରି ସ୍କୁଟିରେ ଘରକୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି । ଏନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୁଲିସ ।
ସୂଚନା ଯେ, ଗୁରୁବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ଲୁଟିନେଲେ ଲୁଟେରା । ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସୁନା ଦୋକାନୀ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ । ଡେଲ୍ ଟା ଛକରେ ଥିବା ଲକ୍ଷ୍ମୀ ନାରାୟଣ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ତାଙ୍କ ଦୋକାନରୁ ସଟର କାଟି ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିଲା ।