ଦିନ ଦିପ୍ରହରେ ଲୁଟ୍ : ଗ୍ରାହକ ବେଶରେ ଆସି ଗହଣା ଶୋ’ ରୁମରେ କଳାକନା ବୁଲାଇଲେ ଡକାୟତ
ଯାଜପୁର : ଦିନ ଦିପ୍ରହରେ ଗହଣା ଶୋ’ ରୁମରୁ ଲୁଟ୍ । ଯାଜପୁର ଜିଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଶୋ’ ରୁମ୍ରେ ଲୁଟ୍ ହୋଇଛି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇ ପଳାଇ ଯାଇଛନ୍ତି।
୭ ଜଣ ଡକାୟତ ବନ୍ଧୁକ ମୁନରେ ପ୍ରଥମେ କର୍ମଚାରୀଙ୍କୁ ଡରାଇ ଧମକାଇବା ସହ ଗହଣା ଲୁଟିଥିଲେ । ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି। ଡକାୟତମାନେ ଗ୍ରାହକ ବେଶରେ ଆସି ଶୋ’ ରୁମ୍ରେ ପଶିଥିଲେ । ଶୋ’ ରୁମ୍ରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍ପାଟ୍ କରିଥିଲେ। ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତ ଡକାୟତ। ଡକାୟତଙ୍କ ମାଡ଼ରେ ଶୋ’ ରୁମ୍ର ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। କେତେ ଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।