ଲୋକସଭା ନିର୍ବାଚନ-୨୦୨୪ : ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ କେଉଁ ଆସନରେ କେବେ ପଡିବ ଭୋଟ
ନୂଆଦିଲ୍ଲୀ : ବାଜି ସାରିଛି ୨୦୨୪ ନିର୍ବାଚନ ବିଗୁଲ । ଲୋକସଭା ଏବଂ ଚାରି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା କରିସାରିଛନ୍ତି । ସାରା ଦେଶରେ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟିଂ ହେବ । ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଜୁନ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡିଶାର ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଭୋଟ୍ ଗ୍ରହଣ ହେବ।
ସମଗ୍ର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ସମୟରେ ଓଡ଼ିଶାର ବିଧାନସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବ। ଏଥର ଓଡ଼ିଶାରେ ୧୭ତମ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାରର କାର୍ଯ୍ୟକାଳ ଜୁନ ୨୪ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଗଠନ ହେବ ନୂତନ ସରକାର। ଓଡ଼ିଶା ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୧୪୭। ଲୋକସଭା ସିଟ୍ ସଂଖ୍ୟା ହେଉଛି ୨୧। ଆସନ୍ତୁ ଜାଣିବା କେଉଁ ତାରିଖରେ କେଉଁ ଲୋକସଭା ଓ ବିଧାନସଭାରେ ଭୋଟିଂ ଅଛି।
ପ୍ରଥମ ପର୍ଯ୍ୟାୟ :
ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଏପ୍ରିଲ୍ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଏପ୍ରିଲ୍ ୨୫ ସୁଦ୍ଧା ନାମାଙ୍କନ ସରିବ । ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୯ ଏପ୍ରିଲ୍ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ମେ ୧୩ରେ ମତଦାନ ହେବ । ଜୁନ୍ ୪ରେ ଆସିବ ନିର୍ବାଚନ ଫଳାଫଳ ।
ମେ ୧୩ ତାରିଖରେ କେଉଁଠି ଭୋଟ୍ (୨୮ ବିଧାନସଭା ସିଟ୍) :
ନୂଆପଡ଼ା, ଖଡ଼ିଆଳ, ଉମରକୋଟ୍, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା।
ଦ୍ୱିତୀୟ ପର୍ଯ୍ୟାୟ :
ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିଲାଗି ଏପ୍ରିଲ୍ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୩ ରହିଥିବା ବେଳେ ମେ ୪ ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ ଏବଂ ମେ ୬ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ରହିଛି। ମେ ୨୦ରେ ଭୋଟ୍ ଗ୍ରହଣ ହେବ।।
ମେ ୨୦ ତାରିଖରେ କେଉଁଠି ଭୋଟ୍(୩୫ ବିଧାନସଭା ସିଟ୍)
ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି।
ତୃତୀୟ ପର୍ଯ୍ୟାୟ :
୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥିଲାଗି ଏପ୍ରିଲ୍ ୨୯ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୬ ତାରିଖ ରହିଥିବା ବେଳେ ମେ ୭ ସୁଦ୍ଧା ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ମେ ୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ। ମେ ୨୫ରେ ଭୋଟ୍ ଗ୍ରହଣ ହେବ ।
ମେ ୨୫ ତାରିଖରେ କେଉଁଠି ଭୋଟ୍(୪୨ ବିଧାନସଭା ସିଟ୍)
କୁଚିଣ୍ଡା, ରେଂଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼।
ଚତୁର୍ଥ ପର୍ଯ୍ୟାୟ :
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ । ଏଥିଲାଗି ମେ ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ମେ ୧୪ ରହିଥିବା ବେଳେ ମେ ୧୫ ସୁଦ୍ଧା ପ୍ରାର୍ଥୀପତ୍ର ଯାଞ୍ଚ ରହିଚି। ମେ ୧୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ । ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ । ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଜୁନ୍ ୬ ତାରିଖ ସୁଦ୍ଧା ସରିବ ।
ଜୁନ ୧ ତାରିଖରେ କେଉଁଠି ଭୋଟ୍(୪୨ ବିଧାନସଭା ସିଟ୍)
ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା।