ଲୋକସଭା ନିର୍ବାଚନ ୨୦୨୪: କେଉଁ ପର୍ଯ୍ୟାୟରେ କେଉଁ ରାଜ୍ୟରେ ଭୋଟ୍ ପଡ଼ିବ ଜାଣନ୍ତୁ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଗତଥର ପରି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୪ରେ ଫଳାଫଳ ଆସିବ ।
ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନ, ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୯୪ ଆସନ, ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଆସନ, ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟର ୪୯ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୭ ଆସନ, ସାତୋଟି ନିର୍ବାଚନ ଏବଂ ସପ୍ତମ ପର୍ଯ୍ୟାୟରେ ୮ ରାଜ୍ୟର ୫୭ ଆସନରେ ମତଦାନ ଅନୁଷ୍ଠିତ ହେବ।
ଦେଶରେ ୯୭ କୋଟିରୁ ଅଧିକ ପଞ୍ଜିକୃତ ଭୋଟର, ୧୦.୫ ଲକ୍ଷ ମତଦାନ କେନ୍ଦ୍ର, ୧.୫ କୋଟି ପୋଲିଂ ଅଧିକାରୀ ଏବଂ ସୁରକ୍ଷା କର୍ମଚାରୀ, ୫୫ ଲକ୍ଷ ଇଭିଏମ, ୪ ଲକ୍ଷ ଗାଡ଼ି ରହିଛି । ସେହିପରି ଯଦି କେଉଁଠି ଟଙ୍କା ବଣ୍ଟା ଯିବାର କେସ୍ ଆସେ ତେବେ ଫଟୋ ଉଠାଇ ଆମକୁ ପଠାଇବେ । ଆମେ ଆପଣଙ୍କ ଲୋକେସନ ଟ୍ରେସ୍ କରି ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବୁ । ସିଇସି କହିଛନ୍ତି ଯେ ସମସ୍ତ ପ୍ରକାର ସନ୍ଦିଗ୍ଧ ଟ୍ରାଞ୍ଜେକ୍ସନ ଉପରେ ନଜର ରଖାଯିବ । ଶାଢି, କୁକର, ଆଦି ବଣ୍ଟନ ଉପରେ ନଜର ରଖାଯିବ । ଧନବଳର ଦୁରୁପଯୋଗକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁଲ ସୂଚନା ଅର୍ଥାତ୍ ଫେକ୍ ନ୍ୟୁଜ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫେକନ୍ୟୁଜ୍ ପ୍ରସାରଣ କଲେ ଆକ୍ସନ ହେବ । ଆଟି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସବୁ ଜିଲ୍ଲାରେ ଲୋକଙ୍କୁ ଟ୍ରେନିଂ ଦିଆଯିବ । ସେହିପରି ଭୋଟର୍ସଙ୍କ ପାଇଁ ଜରୁରୀ ସୁବିଧା ରହିବ । ପିଇବା ପାଇଁ ପାଣି, ପୁରୁଷ-ମହିଳାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ରାପ୍, ହ୍ୱିଲଚେୟାର ରହିବ । ନିର୍ବାଚନ ସମୟରେ ପରିବେଶର ଧ୍ୟାନ ରଖାଯିବ । ବୁଥରେ ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା ରହିବ । କମରୁ କମ କାଗଜ ବ୍ୟବହାର କରାଯିବ ।
ପ୍ରଥମ ପର୍ଯ୍ୟାୟ, ଏପ୍ରିଲ୍ ୧୯ (୧୦୨ ଆସନ):
ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆଣ୍ଡାମାନ ନିକୋବର , ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ ଏବଂ ପୁଡୁଚେରୀ ।
ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ୍ ୨୬ (୮୯ ଆସନ):
ଆସାମ, ବିହାର, ଛତିଶଗଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର ।
ତୃତୀୟ ପର୍ଯ୍ୟାୟ, ମେ ୭ (୯୪ ଆସନ):
ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦାଦା ନାଗର ହାଭେଲି ଏବଂ ଦାମନ ଡିୟୁରେ ମୋଟ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ।
ଚତୁର୍ଥ ପର୍ଯ୍ୟାୟ, ମେ ୧୩ (୯୬ ଆସନ):
ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର ।
ପଞ୍ଚମ ପର୍ଯ୍ୟାୟ, ମେ ୨୦ (୪୯ ଆସନ):
ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ଲଦାଖ ।
ଷଷ୍ଠ ପର୍ଯ୍ୟାୟ, ମେ ୨୫ (୫୭ ଆସନ):
ବିହାର, ହରିୟାଣା, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ।
ସପ୍ତମ ପର୍ଯ୍ୟାୟ, ଜୁନ୍ ୧ (୫୭ ଆସନ):
ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଚଣ୍ଡିଗଡ଼ ।