ସାହିତ୍ୟ ହିଁ ମଣିଷର ଅଶାନ୍ତ ମନକୁ ଶାନ୍ତ କରିଥାଏ।ଏସ କେ ଜି ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ପର୍ବ।
ବାଲିଆପାଳ : ଜୀବନ ପାଇଁ କଳାର ସୃଷ୍ଟି । ସାହିତ୍ୟ ସାଧନା ଏକ ସୂକ୍ଷ୍ମ କଳା ।ଆଜି ପ୍ରତ୍ୟେକ ମଣିଷଙ୍କ ଜୀବନର ବ୍ୟସ୍ତ ଓ ବିବ୍ରତାରେ ପରିପୂର୍ଣ୍ଣ ।ସାହିତ୍ୟ ହିଁ ମଣିଷର ଅଶାନ୍ତ ମନକୁ ଶାନ୍ତି ପ୍ରଦାନ କରି ପାରିବ ବୋଲି ମଙ୍ଗଳବାର ବାଲିଆପାଳ ବ୍ଲକ ଛକ ନିକଟ ଏସ କେ ଜି ସାରସ୍ୱତ ଟ୍ରଷ୍ଟ ଓ ପଠାଗାର ର ୭ମ ବାର୍ଷିକ ଉତ୍ସବ,ଶାରଦୀୟ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।ପୂର୍ବତନ ଡ଼ିଆଇ ସୁବାଷ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ସୁଦର୍ଶନ ଦାସ, ମୁଖ୍ୟ ବକ୍ତା ଭାବେ ଅପରାହ୍ନ ସମ୍ବାଦ ପେପରର ସମ୍ପାଦକ ବଂଶୀଧର ଜେନା,ବରେଣ୍ୟ ଅତିଥି ଭାବରେ ଯୋଗୀ ବଂଶୀଧର ମିଶ୍ର , ଡାକ୍ତର ସୁରେଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଓ ଗୀତିକାର ନୀଳକଣ୍ଠ ଖଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳରାମ ସାହୁ ,ବାଘା ଯତୀନ ସ୍ମୃତି ପରିଷଦ ସଭାପତି ଅରବିନ୍ଦ ବେହେରା , ପ୍ରାକ୍ତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଅତିଥି ମାନେ ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରିଙ୍କ “ତାନିଆ” ଗଳ୍ପ ସଂକଳନକୁ ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟରେ ବିଶେଷ ଅବଦାନ ପାଇଁ ପଞ୍ଚୁପାଲି ଓଁକାର ପୂଜ୍ୟପୂଜା ସଂସଦର ସମ୍ପାଦକ ରାମରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।ପ୍ରାରମ୍ଭରେ ବରିଷ୍ଠ ଅଧ୍ୟାପକ ବୀର ମାଧବ ଦାସ,କବି ରାମକୃଷ୍ଣ ଦାସ ଅଧିକାରୀ,କବି ବିଜୟ କୁମାର ପାତ୍ର,ଯବନକବି ସେକ ନୀମାଜି,ଭୀମ ଚରଣ ବେହେରା, ସୁରେନ୍ଦ୍ର ପରିଡ଼ା, ଶବ୍ଦକୁଞ୍ଜର ପ୍ରତିଷ୍ଠାତା କାର୍ତ୍ତିକ ସେଠୀ, କର୍ତ୍ତିକ ଦାସ ,ଶିବାନନ୍ଦ ଦାସ ଅଧିକାରୀ, ଶ୍ରୀହରି ମଣ୍ଡଳ , ଅପରାହ୍ନ ପ୍ରକାଶିକା ଲଷ୍ମୀପ୍ରିୟା ଦାସ , ଆଇନଜୀବୀ ଅର୍ଦ୍ଧେନ୍ଦୁ ବାରିକ ,କବୟିତ୍ରୀ କବିତା ପ୍ରଧାନ, ମାହେଶ୍ୱରୀ ଗିରି, ବିଷ୍ଣୁପ୍ରିୟା ମହାପାତ୍ର ସ୍ବରଚିତ କବିତା ପାଠ କରି ଥିଲେ।ବରିଷ୍ଠ ସାମ୍ବାଦିକ ବ୍ରଜ ମୋହନ ମିଶ୍ର ,ସତ୍ୟ ସାଧନା ଗିରି, ସାମ୍ବାଦିକ ସୁବଳ ଚନ୍ଦ୍ର ଦାସ,ରବି ରଞ୍ଜନ ତ୍ରିପାଠୀ, ଗୋପାଳ ଚନ୍ଦ୍ର ସାହୁ ,ଦିଲ୍ଲୀପ ଦାସ,ଆଇନଜୀବୀ ବ୍ରଜ ମୋହନ ମିଶ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ସଙ୍ଗୀତ ନିର୍ଦ୍ଦେଶକ ଗିରିଧାରୀ ଭୂୟାଁ ଓ ତାଙ୍କ ଟିମ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।