ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ସିଂହୀ ‘ବିନି’
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ ହୋଇଛି । ଗତ ୫ଦିନ ଧରି ଅସୁସ୍ଥ ରହିଥିଲା ବିନି। ଏମିତିକି ୩ଟି ଡାକ୍ତରୀ ଟିମ୍ ମଧ୍ୟ ବିନିର ଚିକିତ୍ସା କରୁଥିଲେ। ତେବେ ଗୁରୁବାର ତା’ର ମୃତ୍ୟୁ ହୋଇଛି।
ବାର୍ଦ୍ଧକ୍ୟଜନୀତ କାରଣରୁ ଅସୁସ୍ଥ ଥିଲା ସିଂହୀ ବିନି। ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ । ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ଗତ ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା । ୨୦୦୭ ଜାନୁଆରି ୧ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା । ସେତେବେଳେ ବିନି ସମେତ ୪ ଟି ସିଂହ ଓ ୪ ଟି ଜେବ୍ରା ମଧ୍ୟ ଆସିଥିଲେ । କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା । ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହୀ ଥିଲା ।