ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ୩ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ୱର : ନନ୍ଦନକାନନ ପାଇଁ ଖୁସି ଖବର । ଆସିଲା ନୂଆ ଅତିଥି। ଦୀର୍ଘବର୍ଷ ପରେ ଏକକାଳୀନ ୩ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ। ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଛି ।
ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା । ଏବେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି । ଜନ୍ମ ଦେଇଥିବା ସିଂହୀକୁ ଗତ ବର୍ଷ ଡିସେମ୍ବର ମାସରେ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହେଉଥିବାରୁ ପ୍ରଜନନ ପ୍ରକ୍ରିୟା କରାଯାଇଥିଲା ।