ଏଲଆଇସିର ନୂଆ ଧମାକେଦାର ପ୍ଳାନ ! ମାତ୍ର ଗୋଟିଏ ଥର କିସ୍ତି ଭରି ପ୍ରତି ମାସରେ ପାଆନ୍ତୁ ୧୯ ହଜାର ଟଙ୍କା
ଭାରତୀୟ ଗ୍ରାହକଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ଜୀବନ ବୀମା ନିଗମ ସବୁବେଳେ କିଛି ନା କିଛି ନୂଆ ତଥା ଆକର୍ଷଣୀୟ ଇଂସୁରାନ୍ସ ପ୍ଳାନ ଲଞ୍ଚ କରିଥାଏ । ନିକଟରେ ଏଲଆଇସି ଏକ ସ୍ଵତନ୍ତ୍ର ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଆୟ କରିବାର ସୁବିଧା ରଖା ଯାଇଛି । ତେବେ ଏଲଆଇସିର ଏହି ବିଶେଷ ପ୍ଳାନ ର ନାଁ ଅଟେ ଜୀବନ ଅକ୍ଷୟ ।
ଯଦି ଆପଣ ବୃଦ୍ଧାବସ୍ଥାରେ ପେନସନ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏହି ଏଲଆଇସି ପ୍ଳାନର ଲାଭ ଉଠାଇ ପାରିବେ । ଆପଣ ଚାହିଁଲେ ଉଭୟ ଅନଲାଇନ ଓ ଅଫଲାଇନ ରେ ଏହି ଯୋଜନା କୁ କିଣି ପାରିବେ । ଏବେ ଆସନ୍ତୁ ଜାଣିବା ଏଲଆଇସିର ଏହି ନୂଆ ଯୋଜନା ସମ୍ପର୍କରେ ।
ଏଲଆଇସିର ଏହି ପ୍ଳାନ ର ନାଁ ରହିଛି ଜୀବନ ଅକ୍ଷୟ ଭିଆଇ, ପ୍ଳାନ ନମ୍ବର ୮୫୭ । ଏହା ସିଙ୍ଗିଲ ପ୍ରିମିୟମ ବିଶିଷ୍ଟ ଅଣଲିଙ୍କ ଅଂଶଗ୍ରହଣକାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା । ଏଲଆଇସିର ଏହି ପ୍ଳାନଟି ୩୦ ରୁ ୮୫ ବର୍ଷର ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ।
ସେହିଭଳି ଏଲଆଇସିର ଏହି ପଲିସି ରେ ଆପଣ ସର୍ବନିମ୍ନ ୧ ଲକ୍ଷ ଟଙ୍କା ନିବେଶ କରି ପାରିବେ ଓ ସର୍ବାଧିକ ନିବେଶର କୌଣସି ସୀମା କମ୍ପାନୀ ପକ୍ଷରୁ ସ୍ଥିର ହୋଇ ନାହିଁ । ଯଦି ଆପଣ ୪ଲକ୍ଷ ୭୨ହଜାର ଟଙ୍କା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ପ୍ରତି ମାସରେ ୧୯ ହଜାର ଟଙ୍କା ପେନସନ ବାବଦକୁ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆ ଯାଇଛି ।
ତେବେ ଏଲଆଇସି ର ଏହି ପ୍ଳାନ କୁ ଆପଣ ମାସିକିଆ ୩ ମାସିଆ, ୬ ମାସିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୋଡ ରେ କିଣି ପାରିବେ । ଏଥିରେ ବର୍ଷକୁ ସର୍ବନିମ୍ନ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ବାବଦକୁ ମିଳିବ । ସେହିଭଳି ଏହି ପଲିସି ରେ ଗୋଟିଏ ପରିବାରରୁ ଦୁଇ ଜଣ ସଦସ୍ୟ ସ୍ଵାମୀ-ସ୍ତ୍ରୀ କିମ୍ବା ଭାଇ-ଭଉଣୀ ମଧ୍ୟରେ ଜୟେନ୍ଟ ଲାଇଫ ରେ କିଣି ପାରିବେ ।
ତେବେ କୌଣସି ବି ବାର୍ଷିକ ଯୋଜନାରେ ନିବେଶ କରା ଯାଇଥିବା ଅର୍ଥରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଇନକମ ମିଳିଥାଏ । ଏହି ଯୋଜନାରେ ପ୍ରତି ମାସରେ ଆପଣ ରୋଜଗାର ମଧ୍ୟ କରି ପାରିବେ ।