ଆଇପିଏଲ୍-୨୦୨୨ରେ ସବୁଠୁ ଲମ୍ବା ଛକା ଲଗାଇଲେ ଲିଭିଂଷ୍ଟୋନ୍

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ମଙ୍ଗଳବାର ଗୁଜୁରାଟ ଟାଇମ୍ସ ଓ ପଞ୍ଜବ କିଙ୍ଗସ୍ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲାକୁ ପଞ୍ଜାବ ୮ ଓ୍ୱିକେଟରେ ଜିତି ନେଇଥିଲା । ଏହାସହ ଟୁର୍ଣ୍ଣାମେଣ୍ଟରେ ଦଳ ପଞ୍ଚମ ବିଜୟ ହାସଲ କରିଥିଲା । ତେବେ ଏହା ଗୁଜୁରାଟର ଦ୍ୱିତୀୟ ପରାଜୟ ଥିଲା । ଏହି ମ୍ୟାଚରେ ପଞ୍ଜାବ ବିଜର ହିରୋ ଥିଲେ ଶିଖର ଧାଓ୍ୱନ । ସେ ଅର୍ଦ୍ଧଶତକ ଲଗାଇଥିଲେ । କିନ୍ତୁ ଲିୟାମ ଲିଭିଂଷ୍ଟୋନ୍ ଶେଷରେ ସମସ୍ତଙ୍କ ନଜରରେ ରହିଥିଲେ । କାରଣ ସେ ୧୦ ବଲରୁ ବିସ୍ଫୋରକ ୩୦ ରନ୍ କରିଥିଲେ । ଏହି ପାଳିରେ ସେ ୩ ଛକା ଓ ୨ ଚଉକା ଲଗାଇଥିଲେ ।
ମ୍ୟାଚରେ ଲିଭିଂଷ୍ଟୋନ ଚଳିତ ସିଜିନର ସବୁଠୁ ଲମ୍ବା ଛକା ଲଗାଇଥିଲେ । ସେ ୧୧୭ ମିଟରର ଛକା ଲଗାଇଥିଲେ । ଯାହା ଷ୍ଟାଡିୟମ ବାହାରେ ପଡିଥିଲା । ଏହାସହ ସେ ମୁମ୍ବାଇ ଇଣ୍ଡିଆନ୍ସର ଡି ବ୍ରେଭିସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ବେଭ୍ରିସ୍ ୧୧୨ ମିଟରର ଛକା ଲଗାଇଥିଲେ । ସେହିପରି ତୃତୀୟ ଓ ପଞ୍ଚମ ସ୍ଥାନରେ ମଧ୍ୟ ଲିଭିଂଷ୍ଚୋନଙ୍କ ନାଁ ରହିଛି । ସେ ପାଳିର ୧୬ ତମ ଓଭରରେ ଏହି ଛକା ଲଗାଇଥିଲେ । ମହମ୍ମଦ ସାମି ବୋଲିଂ କରୁଥିବା ବେଳେ ଲିଭିଂଷ୍ଟୋନ ତାକୁ ଷ୍ଟାଡିୟମ ବାହାରେ ଷ୍ଟାଣ୍ଡରେ ପକାଇ ଦେଇଥିଲେ । ଏହା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ରଶିଦ ଖାନ ମଧ୍ୟ ଛକା ଲଗାଇବା ପରେ ଲିଭିଂଷ୍ଟୋନଙ୍କ ବ୍ୟାଟକୁ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା ।