କୋଭିଡ ଟେଷ୍ଟ ବଢ଼ାଇବାକୁ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି
ନୂଆଦିଲ୍ଲୀ : ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବଙ୍କ ଚିଠି । କୋଭିଡ୍ ଟେଷ୍ଟିଂକୁ ତୁରନ୍ତ ବଢାଅ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପତ୍ର ଜାରି କରିଛି । କିଛି ରାଜ୍ୟରେ ଟେଷ୍ଟିଂରେ ଢିଲା ଦିଆଯାଉଥିବାରୁ କେନ୍ଦ୍ର ଚିନ୍ତା ପ୍ରକଟ କରିଛି ।
ସେହିପରି ସଂକ୍ରମଣ ରୋକିବାକୁ ହଟସ୍ପଟ୍ ଚିହ୍ନଟ କରି କଣ୍ଟେନମେଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ କରି କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ, ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଛି । ମୃତ୍ୟୁ ହ୍ରାସ ଓ ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥିତ ଟେଷ୍ଟିଂ ହେଉ । ସେହିପରି ଗତ କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୭ ଲକ୍ଷ ପଜିଟିଭ୍ କେସ୍ ବାହାରିଛି ।